ମନ୍ଦିର ସମ୍ମୁଖରୁ ବାଇକ୍ ଚୋରୀ, ଥାନାରେ ଅଭିଯୋଗ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରୁ ଏକ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକ ନଗର ଅଞ୍ଚଳର ମନୋଜ କୁମାର ସାହୁ ସୋମବାର ସକାଳେ ନିଜ ମୋଟର ସାଇକେଲ (ଓଡି୦୭ଜେ ୭୫୧୨) ଯୋଗେ ପୂଜାର୍ଚ୍ଚନା ସକାଶେ ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରେ ବାଇକ୍ ରଖି ମନ୍ଦିର ଭିତରକୁ ଯାଇଥିଲେ।‌ ପୂଜାର୍ଚ୍ଚନା ସାରି ଫେରିବା ବେଳକୁ ମନ୍ଦିର ସମ୍ମୁଖରୁ କେହି ଦୃବୁର୍ତ୍ତ ବାଇକ୍ ଚୋରୀ କରି ନେଇ ଯାଇଥିଲା। ବହୁତ ଖୋଜିବା ପ୍ରେମ ବାଇକର ସନ୍ଧାନ ନମିଳିବାରୁ ଚୋରୀ ଘଟଣା ନେଇ ମନୋଜ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପାର୍ବଣ ଋତୁ ଆରମ୍ଭରୁ ହିଞ୍ଜିଳି ଥାନା ଇଲାକାରେ ପ୍ରତ୍ୟହ ଛୋଟ ବଡ ଚୋରୀ ଘଟଣା ଘଟୁଥିବାରୁ ସ୍ଥାନୀୟ ପୁଲିସ ପ୍ରଶାସନର ପାରିବାପଣ ପଦାରେ ପଡ଼ିଛି। ସ୍ଥାନୀୟ ପୁଲିସ ପ୍ରଶାସନ‌ ପକ୍ଷରୁ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।‌

ad-week
Leave A Reply

Your email address will not be published.