ଦରବୃଦ୍ଧି ଯୋଗୁଁ ପରିବାର ହନ୍ତସନ୍ତ :ସରକାର ଓ ପ୍ରଶାସନ ମଧ୍ୟରେ ଦରବୃଦ୍ଧି କୁ ନେଇ ତାଳ ମେଳ ନାହିଁ….!

add-all

ବ୍ରହ୍ମପୁର: ନୂତନ ସରକାର ଆସିବା ପରେ ଡ଼ବଲ ଇଞ୍ଜିନର ଡବଲ ଝଟକା।ଖାଉଟି ବିଚରା ଧର୍ମକୁ ଆଦରି ଚୁପଚାପ ଖାଦ୍ୟ ସାମଗ୍ରୀ ନିଜର ଆମଦାନୀ ଦେଖି ଖରିଦ କରୁଛି। ଗତ ଜୁଲାଇ ମାସ ଠାରୁ ପ୍ରଥମେ ଆଳୁର ପାଳି ପଡ଼ି ୪୦ ଟଙ୍କା ରେ ବିକ୍ରି ହେଲା।ଏବେ ବଜାରରେ ଆଳୁ କିଲେ ପରିବା କିଲେ ଶହେ ଟଙ୍କାରେ ମିଳୁନି। ତେଲ, ଅଟା ଓ ବିଭିନ୍ନ ପ୍ରକାର ଯାଇ କିଲୋ ପ୍ରତି ତିରିଶି ଟଙ୍କା ରୁ ଉର୍ଦ୍ଧ ଦର ବୃଦ୍ଧି ହୋଇଛି। ଅଦା, ରସୁଣ କଥା ନକହିଲେ ଭଲ କେବଳ ଥିବା ଵାଲାଙ୍କ ଘରେ ତରକାରୀ ରେ କେବଳ ବ୍ୟବହାର ହେଉଛି। ଏବେ କାର୍ତ୍ତିକ ମାସର ଆଳ କରି ଟମାଟ, ବାଇଗଣ, କୋବି, ଝୁଡୁଙ୍ଗ, ବିନ୍ସ, ଗରିବ ର ହାଣ୍ଡି ଶାଳରେ ଆଉ ଦେଖିବାକୁ ମିଳୁନି। ଗରିବ ଶ୍ରେଣୀର ଲୋକେ ଏବେ ଭଣ୍ଡା, ପତ୍ରକୋବି, ଶାଗ, ରେ ସୀମିତ ରହିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘ ମାସ ହେଲା ବଜାର ରେ ସମସ୍ତ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ିଛି। ନୂଆ ସରକାର ନିଜର ସ୍ୱାର୍ଥ ସାଧନ ପାଇଁ ରଙ୍ଗ ବଦେଳେଇବା ଓ ପୂର୍ବ ସରକାର ଙ୍କ ଯୋଜନା ର ନାମ ବାଦେଳେବା ରେ ସୀମିତ ରହିଥିବା ଏବେ ଚର୍ଚ୍ଚା ହେଲାଣି। ଧିରେ ଧିରେ ସବୁ ଶ୍ରେଣୀର ଲୋକେ ନବୀନ ପଟ୍ଟନାୟକଙ୍କୁ ମନେ ପକାଇବା ନେଇ ରାଜନୈତିକ ମହଲ ରେ ଚର୍ଚ୍ଚା ଆରମ୍ଭ ହେଲାଣି। ଦରଦାମ ର ପ୍ରଭାବ ଆଗାମୀ ଦିନରେ କି ରୂପ ନେବ ସମୟ କହିବ।

ad-week
Leave A Reply

Your email address will not be published.