ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ଏନ୍.ସି.ସି.ଅଫିସରଙ୍କୁ ପ୍ରଶଂସା ଓ ସମ୍ମାନପତ୍ର

add-all

ଛତ୍ରପୁର : ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ବର ତରଫରୁ କ୍ଯାଡେଟ ଓ ଏନ୍.ସି.ସି ଅଫିସରଙ୍କ ସେବାମୂଳକ ତଥା ଏନ.ସି.ସି.ର ସମାଜ ପ୍ରତିବଦ୍ଧତାମୂଳକ କାର୍ଯ୍ୟକ୍ରମ ପାଇଁ କ୍ଯାଡେଟ ଓ ଅଫିସରଙ୍କୁ ସ୍ବତନ୍ତ୍ର ସ୍ବୀକୃତି ସ୍ବରୂପ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟାଳୟର ଡେପୁଟୀ ଡାଇରେକ୍ଟର ଜେନେରାଲ କମାଣ୍ଡେର ଜେ.ସୁରେଶ ମୁଖ୍ଯ ଅତିଥି ରୂପେ ଯୋଗଦେଇ କ୍ଯାଡେଟ ଓ ଅଫିସର ମାନଙ୍କୁ ସମ୍ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ 3(0) ମେଡିକାଲ କମ୍ପାନୀ ଅଧିନସ୍ଥ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠର ଏନ୍.ସି.ସି.ଫାଷ୍ଟ ଅଫିସର ସୁଧାକର ବଳୀଙ୍କୁ ତାଙ୍କର ନିଃସ୍ବାର୍ଥପର ଓ ନିଷ୍ଠାପର ସେବା ତଥା କୃତିତ୍ବ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଫାଷ୍ଟ ଅଫିସର ସୁଧାକର ବଳୀ ଶ୍ରୀ ନୀଳକଣ୍ଠେଶ୍ବର ବିଦ୍ୟାପୀଠରେ ଦୀର୍ଘ 12 ବର୍ଷ ଧରି ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଏବଂ ଆଦର୍ଶ ଏନ.ସି.ସି.ଅଧିକାରୀ ରୂପେ କାର୍ଯ୍ଯ ସମ୍ପାଦନ କରି ଅଞ୍ଚଳରେ ଜଣେ ପ୍ରଶଂସା ଭାଜନ ହୋଇପାରିଛନ୍ତି । ନିଜର ଉତ୍ସର୍ଗୀକୃତ ସେବା ପାଇଁ ବିଭିନ୍ନ ସମୟରେ ବିଦ୍ଯାଳୟ ପାଇଁ ସୁନାମ ଆଣିଛନ୍ତି।ତାଙ୍କର କୃତିତ୍ୱରେ ବିଦ୍ୟାଳୟର ପ୍ରଥମ ଏନ.ସି.ସି.ଶିକ୍ଷକ ତଥା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ଏବଂ ଅଞ୍ଚଳର ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।ତାଙ୍କର ଏହି ସଫଳତାରେ ୟୁନିଟି କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ
ଡାକ୍ତର ତାପସ ରଞ୍ଜନ ବିଷୋୟୀ ସୁଧାକର ବଳୀଙ୍କୁ ସାଧୁବାଦ ଜଣାଇଛନ୍ତି।ଅନୁରୂପ ଭାବେ ବ୍ରହ୍ମପୁର ସିଟି କଲେଜର ଜୁନିୟର ଅଣ୍ଡର ଅଫିସର ଆଶୀଷ ରଞ୍ଜନ ପରିଡାଙ୍କ ସେବା ପାଇଁ ତାଙ୍କୁ ମଧ୍ଯ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ad-week
Leave A Reply

Your email address will not be published.