ପିପଲପଦର ଗ୍ରାମରୁ ଚୋରା ଚାଲାଣ ପାଇଁ ଗଛିତ ଗଞ୍ଜେଇକୁ ଜବତ କଲା ଅବକାରୀ ବିଭାଗ

add-all

ମାଲକାନଗିରି ୨୬/୧୦ : ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ , ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୧୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ପ୍ରକାଶ ଥାଉ କି ପିପଲପଦର ଗ୍ରାମ ର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଆଇନ ଗଞ୍ଜେଇ ବାହାର ରାଜ୍ୟ କୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କଲା ପରେ ମାଲକାନଗିରି ରେଞ୍ଜ ଅଫସରେ ଏକ ଦାବିହିନ NDPS ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଉଛି।
ଉକ୍ତ ଚଢ଼ଉ ସମୟରେ ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ, ଅମିୟ କୁମାର ଖଞ୍ଜା,ହେମନ୍ତ ବାଘ,ସହାୟକ ଉପ ନିରୀକ୍ଷକ ଜେମେସ ମାଲଖୋମ ସାହୁ,ପ୍ରଦୀପ କୁମାର ନାୟକ,ସୁରେନ୍ଦ୍ର କୁମାର ମାଝୀ , କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ,ପାଣ୍ଡବ ଟୁଡୁ,ବିପୁଳ ଶେଖର ଯୋଦ୍ଦର୍,ଆନନ୍ଦ ପ୍ରଧାନ,କାହ୍ନୁଚରଣ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.