ମାଲକାନଗିରି ଡିଗ୍ରୀ କଲେଜର ଗ୍ରନ୍ଥାଗାର କୋଠା ଉନ୍ମୋଚନ କଲେ ବିଧାୟକ

add-all

ମାଲକାନଗିରି : ଆଜି ମାଲକାନଗିରି ଡିଗ୍ରୀ କଲେଜ ପରିସରରେ ବିଧାୟକ ଶ୍ରୀ ନରସିଙ୍ଗ ମାଡକାମୀଙ୍କ ଦ୍ଵାରା ନବ ନିର୍ମିତ ଗ୍ରନ୍ଥାଗାର ଉନ୍ମଚୋନ ହୋଇଯାଇଛି । ଆଜିର ସୋସିଆଲ ମିଡିଆ ଓ ଡିଜିଟାଲ ଯୁଗରେ ଧୀରେ ଧୀରେ ପାଠକ ଙ୍କ ସଖ୍ୟା ହ୍ରାସ ପାଇବା ସହ ପାଠକ ଇତିହାସ ହୋଇଯାଇଛନ୍ତି । ଦୀର୍ଘବର୍ଷ ଧରି କଲେଜ ମଧ୍ୟରେ ଏହି ଗ୍ରନ୍ଥାଗାର ପାଇ ଦାବି ହୋଇ ଆସୁଥିବା ବେଳେ ଆଜି ତାହା ସଫଳ ହୋଇପାରିଛି ।ଆଜି ବିଧାୟକ ମହାବିଦ୍ୟାଳୟ ଗ୍ରସ୍ତ ଅବସର ରେ ପ୍ରଦୀପ ପ୍ରଯୁଜ୍ଲ ନ କରିବା ସହ ନବ ନିର୍ମିତ ଗ୍ରନ୍ଥାଗାର କୁ ଉଦ୍ଘାଟନ କରିଥିଲେ । ଦୁଇ ମହଲା ବିଶିଷ୍ଟ ଗ୍ରନ୍ଥାଗାରର ଭ୍ରମଣ କରିବା ସହ ଏହା ଦ୍ଵାରା କଲେଜରେ ଅଧୟନ କରୁଥିବା ଛାତ୍ର ଛାତ୍ରୀଙ୍କୁ ଅଧୟନରେ ସୁବିଧା ହେବା ସହ ଅଧିକ ରୁ ଅଧିକ ଜ୍ଞାନ ପାଇପାରିବେ ।ଏହା ବିଧାୟକ କୋଠା ନିର୍ମାଣରେ ହୋଇଥିବା ନିମ୍ନମାନର କାମ ବିଷୟରେ ଉପସ୍ଥିତ ଜେଇଙ୍କୁ ନିର୍ମାଣ କାର୍ଯ୍ୟ ବ୍ୟବହୃତ ନିମ୍ନମାନର ଟାଇଲ୍ସ ବଦଳରେ ଉନ୍ନତମାନର ଟାଇଲ୍ସ ଲଗାଇବାକୁ ପରାମର୍ଶ ଦେଇଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧଃକ୍ଷା ସମାରି ତାଙ୍ଗୁଳ, ପୌରପରିଷଦ ଉପାଧ୍ୟକ୍ଷ କବିତା ମହନ୍ତ, କଲେଜଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଂଯୋଜକ ରାଷ୍ଟ୍ରୀୟ ଉଚ୍ଚ ତର ଶିକ୍ଷା ଅଭିଯାନ ଡ଼ଃ ରଂଜନକୁମାର ସ୍ୱାଇଁ ସମେତ ବହୁ ଅତିଥି ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.