ଜଙ୍ଗଲରେ ଯୁବକଙ୍କ ଗଳିତ ଶବ…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ଶବ ପୁଲିସ ଠାବ କରିଛି। ମୃତକ ଦଳପଡ଼ା ପଞ୍ଚାୟତ ଅଧୀନ ବ୍ରଡିଗୁଡ଼ା ଗ୍ରାମର ମଛେନ୍ଦ୍ର ବେହେରାଙ୍କ ପୁଅ ସାନୁଜ (୨୨) ) । ସପ୍ତାହେ ହେବ ସେ ନିଖୋଜ ଥିଲେ। ତାଙ୍କୁ ଖୋଜା ଖୋଜି କରୁଥିବା ବେଳେ କେରା ଗାଡ଼ୁ ଜଙ୍ଗଲରେ ସାନୁଜର ମୃତଦେହ ଗଛରେ ଝୁଲୁଥିବା ଦେଖ ଖଜୁରୀପଡ଼ା ଥାନାକୁ ଖବର ଦେଇଥିଲେ। ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଦୀନବନ୍ଧୁ ପ୍ରଧାନ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସ୍ ଆଇ ଦିନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ି ନାହିଁ ।

ad-week
Leave A Reply

Your email address will not be published.