ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଅଜିତ ପାୱାରଙ୍କ NCP

add-all

ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP)। ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚାରି ଜଣଙ୍କୁ ମିଳିଛି ଟିକେଟ୍। 

ଏହି ତାଲିକା ସହ ଏନସିପି ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ଟିକେଟ୍ ମିଳିଥିବା ପ୍ରାର୍ଥୀଙ୍କ ମଧ୍ୟରେ, ବିଜୟ ସୀଂହ ପଣ୍ଡିତଙ୍କୁ ଗେଭରାଇରୁ ଟିକେଟ୍ ମିଳିଛି। ସେହିପରି ଫାଲଟନରୁ ସଚିନ ସୁଧାକର ପାଟିଲ, ନିଫାଦରୁ ଦିଲୀପ ବଙ୍କର ଏବଂ ପାର୍ନରରୁ କାଶୀନାଥ ଦତେ ପ୍ରାର୍ଥୀ ହୋଇଛନ୍ତି।

ଅଜିତ ପାୱାର ନେତୃତ୍ୱାଧୀନ ଏନସିପିର ରାଜ୍ୟ ସଭାପତି ସୁନୀଲ ଟାଟକେର୍ ଆଜି ଏହି ଘୋଷଣା କରିଛନ୍ତି। ଦଳର ପ୍ରଥମ ଏବଂ ଦ୍ୱିତୀୟ ତାଲିକା ଯଥାକ୍ରମେ ଅକ୍ଟୋବର ୨୩ ଏବଂ ୨୫ରେ ପ୍ରକାଶ ପାଇଥିଲା।

ଉପ-ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାର ବାରାମତୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ପାୱାର ବନାମ ପାୱାରଙ୍କ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ। କାରଣ ତାଙ୍କ ବିରୁଦ୍ଧରେ ପୁତୁରା ଯୁଗେନ୍ଦ୍ର ପାୱାର ଫାଇଟ୍ କରିବେ। ଶରଦ ପାୱାରଙ୍କ ଏନସିପି ଯୁଗେନ୍ଦ୍ରଙ୍କୁ ବାରାମତୀରୁ ପ୍ରାର୍ଥୀ କରିଛି।

ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ad-week
Leave A Reply

Your email address will not be published.