ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ: ଓମ୍ ବିର୍ଲା

add-all

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜଭବନଠାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓମ୍‌ ବିର୍ଲାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

ଓମ୍‌ ବିର୍ଲା କିଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ, ଆଜି ଓମ୍ ବିର୍ଲା ଏକ ଘରୋଇ ବିଶ୍ବବିଦ୍ୟାଳୟ କିଟ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତ ଅବସରରେ ‘ଓଡ଼ିଶାର ମାଟି ଆଧ୍ୟାତ୍ମିକ, ଧାର୍ମିକ, ସଂସ୍କୃତି, ଏବଂ ବୀରଯୋଦ୍ଧାଙ୍କ ମାଟି’ ‘ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ’ ବୋଲି କହିଛନ୍ତି ଓମ୍ ବିର୍ଲା।

ad-week
Leave A Reply

Your email address will not be published.