ମଦ ପାଇଁ ସ୍ତ୍ରୀର ଗଳାକାଟି ହତ୍ୟାକଲା ସ୍ଵାମୀ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ମଦ ପାଇଁ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ଵାମୀ।  ମୃତକ ମଧୁବତି ବେହେରା ଦଳାଇ ବୋଲି ଜଣାପଡିଛି। ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ଆଜି ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତିଙ୍କୁ କିଛି ଟଙ୍କା ମାଗିଥିଲା। ହେଲେ ମଧୁବତି ଟଙ୍କା ନଦେବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରକାନ୍ତ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ମଧୁବତିଙ୍କ ତଣ୍ଟି କାଟି ଦେଇଥିଲା। ପରେ ପୁଅ ସିପୁନ ବେହେରା ଦଳାଇ ଘରକୁ ଫେରିବା ପରେ ମାଆର ଗଳାକଟା ମୃତଦେହ ଦେଖି ତୁମୁଡିବନ୍ଧ ପୁଲିସ୍ କୁ ଖବର ଦେଇଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି।

ad-week
Leave A Reply

Your email address will not be published.