ମୃତ୍ୟୁ ପ୍ରମାଣପତ୍ର ନ ମିଳିବାରୁ ବିଭିନ୍ନ ସହାୟତାରୁ ବଞ୍ଚିତ ବିଧବା ସୁନିଆ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତ ଲତପଙ୍ଗିଆ ଗ୍ରାମର ସୁନିଆମତି ଦିଗାଲ। ସ୍ବାମୀ ଗୌତମ ଦିଗାଲ ଦାଦନ ଖଟି ପରିବାର ଚଳାଉଥିଲେ। ଗତ ଫେବୃଆରୀ ୨୬ ରେ ତାଙ୍କର ମୃତ୍ୟୁ ହୋଇଛି। ଏ ମଧ୍ୟରେ ୭ ମାସ ବିତି ଯାଇଥିଲେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ମିଳିପାରି ନାହିଁ । ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ସୁନିଆ ମୃତ୍ୟୁ କାଳୀନ ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ମିଳି ନାହିଁ । ସ୍ବାମୀ ଏକମାତ୍ର ରାଜଗୋରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି। ସକାଳ ହେଲେ ପିଲାକୁ କାଖେଇ ମୃତ୍ୟୁ ପ୍ରମାଣପତ୍ର ପାଇଁ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେଣି ସୁନିଆ। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ad-week
Leave A Reply

Your email address will not be published.