ଆସିକାରେ ମେଳି ବାନ୍ଧିଲେ ଠିକାଦାର, ପୁଣି ଟେଣ୍ଡର ଫିକ୍ସିଙ୍ଗ ପାଇଁ ଖସଡ଼ା ପ୍ରସ୍ତୁତ..!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ଆସିକା ଟେଣ୍ଡର ଫିକ୍ସିଙ୍ଗ ର ପେଣ୍ଠସ୍ଥଳି ଭାବେ ପୂର୍ବରୁ ପରିଚିତ ରହିଛି। ଟେଣ୍ଡର ଫିକ୍ସିଙ୍ଗ କରି ବହୁ ଭାଇ ଆଜି ଅର୍ଥର ପାହାଡ଼ ରେ କୋଟିପତି ହୋଇ ବସିଛନ୍ତି। ଦୀର୍ଘ ବର୍ଷ ପରେ ଆଜି କିଛି ଠିକାଦାର ମାନେ ମା ଖମ୍ବେଶ୍ୱରୀଙ୍କ ପୀଠର ପଛପଟେ ଥିବା ଗୃହ ରେ ମେଳି ବାନ୍ଧି କୁଆଡ଼େ ଏକ ସଂଙ୍ଗଠନ କରିଥିବା ଜଣାପଡିଛି।ଯଦି ଏହି ମେଳି ପରେ ପୁଣି ଟେଣ୍ଡର ଫିକ୍ସିଙ୍ଗ ହୁଏ ତାହା ହେଲେ ଆସିକା ରେ ପୁଣି ଅପରାଧତତ୍ତ୍ଵ ମାନଙ୍କ ପ୍ରାଦୁର୍ଭାବ ବଢ଼ିବ।ଦୀର୍ଘ ଦଶ ବର୍ଷ ପୂର୍ବେ ଆସିକା ରେ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ଅନ୍ୟ ବିଭାଗ ରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଙ୍ଗ କରାଯାଉ ଥିଲା। ଟେଣ୍ଡର ଫିକ୍ସିଙ୍ଗ ରେ ରାଜନେତା ଠାରୁ ମାଫିଆ ମାନଙ୍କ ସମ୍ପୃକ୍ତି ଥିବା ଯୋଗୁଁ ପ୍ରଶାସନକୁ “ସାଇଲେନ୍ସ ପ୍ଲିଜ” କରିବା ଫଳରେ ଜଳକା ଭାବେ ବାବୁ ମାନେ ଅଭିନୟ କରୁଥିବା ଆଲୋଚନା ହେଉଥିଲା। ଏବେ ଟେଣ୍ଡର ଫିକ୍ସିଙ୍ଗ ର ଖସଡ଼ା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେବା ପରେ ପରଦା ପଛର ନାୟକ କିଏ ବୋଲି ଆଲୋଚନା ହେଲାଣି। ଆସିକା ରେ ସବୁ ବିଭାଗ ର ଲେଖା ଛିଡ଼ିବା ପରେ ଏବେ ଠିକାଦାର ମାନଙ୍କ ଲେଖାଛିଡି଼ବ ବୋଲି ଚା ଖଟିରେ ଚର୍ଚ୍ଚା ଆରମ୍ଭ ହେଲାଣି।

ad-week
Leave A Reply

Your email address will not be published.