ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା

add-all

ଜାତୀୟ ନ୍ୟୁଜ ଏଜେନ୍ସି ANI ପାଇଁ କାମ କରୁଥିବା ସାମ୍ବାଦିକ ଦିଲୀପ ସୈନିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଘର ଭିତରେ ପଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଫିତେପୁର ଜିଲ୍ଲାର ଭିତୋର ରୋଡ ନିକଟରେ ଥିବା ବିସାଉଲି ଠାରେ ଏପରି ଘଟଣା ଘଟିଛି।

ଘଟଣା ବେଳେ ଦିଲୀପଙ୍କ ପାଖରେ ତାଙ୍କ ବନ୍ଧୁ ତଥା ବିଜେପି ନେତା ଶାହିଦ ଖାନ ଉପସ୍ଥିତି ଥିଲେ। ସେ ମଧ୍ୟ ଛୁରା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କାନପୁରର ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ପୁଲିସ୍‌ କହିଛି ଯେ ଦିଲୀପ ସୈନିଙ୍କ ଘର ବିସାଉଲିରେ। ସେ ଏଏନଆଇ ପାଇଁ କାମ କରିବା ସହ ଫତେପୁର ଓ ଲକ୍ଷ୍ନୌରେ ଜମି କାରବାର କରନ୍ତି। ବୁଧବାର ରାତିରେ ଦିଲୀପଙ୍କ ଘରକୁ ବନ୍ଧୁ ଶାହିଦ ଆସିଥିଲେ। ଶାହିଦ ହେଉଛନ୍ତି ବିଜେପି ସଂଖ୍ୟାଲଘୁ ସେଲର ସଦସ୍ୟ।

ଦିଲୀପ ଓ ଶାହିଦ କଥା ହେଉଥିବା ବେଳେ ୧୬ରୁ ଅଧିକ ଲୋକ ହଠାତ୍‌ ଘର ଭିତରେ ଧସେଇ ପଶିଥିଲେ। ସେମାନେ ଛୁରୀ ଦ୍ୱାରା ଦିଲୀପଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲେ। ଏଥିରେ ଶାହିଦ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଛି।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ୩୮ ବର୍ଷୀୟ ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ଶାହିଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କାନପୁରକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରମକାରୀମାନେ ସାମ୍ବାଦିକ ଦିଲୀପଙ୍କ ଘର ବାହାରେ ରହିଥିବା ଏକାଧିକ ଗାଡ଼ିକୁ ଭାଙ୍ଗିବା ସହ ଗୁଳି ମଧ୍ୟ ଫୁଟାଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଲିସ୍‌ ୧୬ ଜଣଙ୍କ ନାଁରେ ମାମଲା କରିଛି। ସେମାନଙ୍କ ମଧ୍ୟରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୭ ଜଣଙ୍କ ପରିଚୟ ମିଳି ପାରିନାହିଁ।

ହସ୍ପିଟାଲ ବଡେରେ ଥିବା ଶାହିଦ ଖାନ କହିଛନ୍ତି, “ଆମେ ବୁଧବାର ରାତିରେ ଖାଉଥିଲୁ। ସୈନିଙ୍କ ପାଖକୁ ଗୋଟିଏ ଫୋନ କଲ ଆସିଥିଲେ। ସେ କଥା ହୋଇ ଫୋନ କାଟିବା ମାତ୍ରେ କିଛି ଲୋକ ଘର ଭିତରକୁ ଧସେଇ ପଶିଥିଲେ। ସେମାନେ ଦିଲୀପଙ୍କୁ ଛୁରୀ ଭୁଷିବାରେ ଲାଗିଥିଲେ। ମୁଁ ଏଥିରେ ହସ୍ତକ୍ଷେପ କରିବାରୁ ଉପରେ ଆକ୍ରମଣ ହୋଇଥିଲା। ଗୁଳି ମଧ୍ୟ ଫୁଟିଛି।”

ପୁଲିସ୍‌ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବା ସହ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.