ଦୁର୍ଘଟଣା ପରେ ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ

add-all

ଭାରତୀୟ ବାୟୁସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆଗ୍ରାରେ କ୍ରାଶ କରି ଯାଇଛି। ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି।

ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଆଗ୍ରାର ସୋନଗା ଗାଁରେ ଥିବା ଗୋଟିଏ ଖୋଲା ପଡ଼ିଆରେ ବିମାନଟି ଖସିବା ପରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା। ଏହାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବିମାନଟି ଜଳୁଥିବା ବେଳେ ଲୋକମାନେ ଏହା ଠାରୁ ବେଶ ଦୂରରେ ଛିଡ଼ା ହୋଇଛନ୍ତି।

ତେବେ କେଉଁ ପରିସ୍ଥିତିରେ ଯୁଦ୍ଧ ବିମାନ କ୍ରାଶ ହେଲା, ସେକଥା ଜଣାପଡ଼ିନି। ଏୟାରଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ବିମାନଟି ଆଜି ମଧ୍ୟାହ୍ନ ସମୟରେ ପଞ୍ଜାବ ଆଦମପୁରରୁ ଉଡ଼ାଣ ଭରିଥିଲା। ଏହା ନିୟମିତ ଅଭ୍ୟାସ ପାଇଁ ଆଗ୍ରା ଆସୁଥିବା ବେଳେ ଗନ୍ତବ୍ୟ ସ୍ଥଳର କିଛି କିମି ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୌଣସି ମିଗ -୨୯ ବିମାନ କ୍ରାଶ ହୋଇଛି। ସେପ୍ଟେମ୍ବର ମାସରେ ରାଜସ୍ଥାନର ବାରମେରରେ ମିଗ ୨୯ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା ଓ କ୍ରାଶ କରି ଯାଇଥିଲା। ତେବେ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଥିଲେ।

ad-week
Leave A Reply

Your email address will not be published.