ନବୀନ ସରକାରଙ୍କ ସମୟରେ ଅନୁଦାନ ପାଇଥିବା ମହିଳା ଛାତ୍ରୀ ନିବାସ ଆସିକାରେ ହେଵ କେବେ….?

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଉନ୍ନୟନ କାର୍ଯ୍ୟରେ ସୀମିତ ରହି ଥିବା ବେଳେ ରାଜିନୀତି ବେଶୀ ହେଉଛି। ଗତ ବିଜେଡ଼ି ସରକାର ଙ୍କ ସମୟରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ନିବାସ ପାଇଁ ୨୦୨୩ ଅକ୍ଟୋବର ୨୬ ରେ ୪କୋଟି ୪୦ ଲକ୍ଷ ଟଙ୍କା ରେ ନିର୍ମିତ ପାଇଁ ନିର୍ଦ୍ଧେଶନାମା ଆସିଥିଲା। ଏହି ଛାତ୍ରୀ ନିବାସ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ବିଭାଗ ତରଫରୁ ଆସିଥିଲା। ଯାହାର ଚଠି ନମ୍ବର ୨୦୦୪୮/୨୬-୯-୨୦୨୩ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରୀ ନିବାସ ନିର୍ମାଣ ସକାଶେ। ଆସିକା ରେ ନେତା ମାଳ ମାଳ କାର୍ଯ୍ୟ ଦୁର୍ବଳ ଯୋଗୁଁ ପୂର୍ବ ସରକାରଙ୍କ ସମୟରେ ଆସିଥିବା କୋଟି କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟ ନାଲିଫିତା ତଳେ ପଡ଼ି ରହିଛି। ନିରଞ୍ଜନ ସରକାରୀ ମହା ବିଦ୍ୟାଳୟ ଉପରେ ବହୁ ବ୍ଲକର ଛାତ୍ରୀ ମାନେ ଅଧ୍ୟୟନ କରୁଥିବା ଯୋଗୁଁ ଏଠାରେ ଛାତ୍ରୀ ନିବାସ ର ଆବଶ୍ୟକତା ରହିଛି। ଆସିଥିବା ଛତ୍ରୀ ନିବାସ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ସହରବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.