ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ: ଶିକ୍ଷା ବିଭାଗ କଲା ନିଲମ୍ବିତ

add-all

ବାଲିଗୁଡା : ମଦ୍ୟପାନ କରି ଶିକ୍ଷକ ନିଲମ୍ବିତ। ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଦୀର୍ଘ ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଆଜି ପରାସେଟ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ବହିର ଅନ୍ୟ ବିଷୟ ଉପରେ ପାଠ ପଢ଼ାଇ ଆସୁଥିଲେ। ପ୍ରଧାନ ଶିକ୍ଷକ ବିବରାମ ଉଠାଣ ସିଂ ବିଦ୍ୟାଳୟ ସମୟରେ ମଦ୍ୟପାନକୁ ବାରଣ କରିଥିଲେ ମଧ୍ୟ ଶିକ୍ଷକ ଶ୍ରୀ ପରାସେଟ ପ୍ରଧାନ ଶିକ୍ଷକଙ୍କ କଥାକୁ ମାନି ନଥିଲେ।

ଶେଷରେ ପ୍ରଧାନ ଶିକ୍ଷକ ଏନେଇ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡତ୍ୟାଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ତୁମୁଡିବନ୍ଧ ବି.ଇ.ଓ ଶ୍ରୀ ଗଡତ୍ୟା ଶିକ୍ଷକ ନିଆଜି ପରାସେଟଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସିଆରସିସି ସିପାନା ମାଝୀ ନିଲମ୍ବିତ ଚିଠିକୁ ସଂପୃକ୍ତ ଶିକ୍ଷକଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ଏହି ଖବର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ad-week
Leave A Reply

Your email address will not be published.