
ଗଞ୍ଜାମ ଏସ.ପି ସାହେବ କହିଲେ ଭୁଲ ହୋଇଛି କ୍ଷତି ପୂରଣ ଦିଆଯିବ……!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଥାନା ସର୍ବ ଭାରତସ୍ତରରେ ଏକ ନମ୍ବର ଆଦର୍ଶ ଓ ଶ୍ରେଷ୍ଠ ଥାନା ରୂପେ ପୁରସ୍କୃତ ହୋଇଥିଲା । ଗତ ଏକ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରାଙ୍କ ବନ୍ଦ କୋଠରୀ ର ତାଲା ଭାଙ୍ଗି ଘରର ଆସବ ପତ୍ର କୁ ଦବଙ୍ଗ ଗିରି ପୋଲିସ ବାବୁ ଗୁଣ୍ଡ କରିଥିଲେ। ସିମାଞ୍ଚଳଙ୍କ ଧର୍ମପତ୍ନୀ ସ୍ୱପ୍ନା ବେହେରା ଗର୍ଭବତୀ ଥିବା ଯୋଗୁଁ ବାପ ଘରକୁ ଯାଇଥିଲେ। ଗୃହର ତାଲା ଭାଙ୍ଗି ଆସବପତ୍ର ପୋଲିସ ଭଙ୍ଗିଥିବା ଖବର ପାଇ ଗ୍ରାମକୁ ଆସି ଏନେଇ ଆସିକା ଥାନାରେ ଅଭିଯୋଗ କରିଥିଲେ। ଏତଲା ଦେବା ପରେ ସ୍ୱପ୍ନା ଗର୍ଭବତୀ ଥିବା ଯୋଗୁଁ ତାଙ୍କର ପିତା ଓ ମାଉସୀ ଘଟଣା ସମ୍ପର୍କ ରେ ଗଞ୍ଜାମ ଏସ.ପି ଙ୍କ ପାଖକୁ ଗୁହାରି କହିବାକୁ ଯାଇଥିଲେ। ଗଞ୍ଜାମ ଏସ.ପି ସାହେବ କୁଆଡ଼େ କହିଥିଲେ ଆମର ଭୁଲ ହୋଇଯାଇଛି। ଆପଣଙ୍କ ଯାହା ସବୁ କ୍ଷତି ହୋଇଛି ଆମେ ଦେଇଦେବୁ ବୋଲି କହି ବାବା ଓ ମାଉସୀଙ୍କୁ ବିଦା କରିଥିଲେ, ବୋଲି ସ୍ୱପା କହିଛନ୍ତି। ଆମେ ସ୍ୱପ୍ନା ବେହେରାଙ୍କ ସାଙ୍ଗରେ ମୋବାଇଲ ରେ ଯୋଗାଯୋଗ କରିବା ବେଳେ ବାସ୍ପୋ ରୁଦ୍ଧ କଣ୍ଠରେ ପ୍ରକାଶ କରି ଭାଗ୍ୟକୁ ଆଦରି ଦୁଃଖ ପ୍ରକାଶ କହିଛନ୍ତି। ପଣ୍ଡିତ ପୁଅ ମାଙ୍କଡ଼ କୁ ମାରିଲେ ଦୋଷ ନାହିଁ ଭଳି ନ୍ୟାୟରେ ଦବଙ୍ଗ ଗିରି ବାବୁଙ୍କୁ ଜିଲ୍ଲା ମୁଖିଆ ତାଗିତ କରିବା ବଦଳରେ ପୋଲିସ ଭୁଲ ମାନିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରୁ ସ୍ପଷ୍ଟ ହେଉଛି,ମୁଖ୍ୟମନ୍ତ୍ରୀଙ୍କ ତାଗିତ କେବଳ ଧୂଆଁ ବାଣ ବୋଲି ଲୋକେ ଆଲୋଚନା କରୁଛନ୍ତି।