କଳାକାରମାନେ ସମାଜର ମୋକ୍ଷ ମାର୍ଗ ଦର୍ଶକ : ବରିଷ୍ଠ କଳାକାର ମହାସଂଘ

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବ୍ରାହ୍ମଣଛାଇ ଗ୍ରାମସ୍ଥ ଶ୍ରୀଶ୍ରୀଶ୍ରୀ ଗୋପୀନାଥ ସଂକୀର୍ତ୍ତନ ମଣ୍ଡଳୀର ଆଖଡା ଆତ୍ମ ପ୍ରକାଶ ମହୋତ୍ସବରେ ଯୋଗଦେଇ କଳାକାରମାନଙ୍କୁ ସମାଜର ମୋକ୍ଷ ମାର୍ଗ ଦର୍ଶକ ଭାବେ ଅଭିହୀତ କରିବା ସହିତ କଳାକାରମାନେ ସଂଘ ମନସ୍କ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଅବସରରେ ମହାସଚିବ ରୋଶନ୍ ଙ୍କ ସମେତ ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଏବଂ ମହେନ୍ଦ୍ର କୁମାର ସାହୁଙ୍କୁ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ପରିସରରେ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ପ୍ରତ୍ୟୁଷରେ ସୁନାମଧନ୍ୟ ମ୍ରୁଦଙ୍ଗ ବାୟକ ଗୁରୁ ଡ୍ରାଇଭର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂକୀର୍ତ୍ତନ ମଣ୍ଡଳୀର ନବ ଶିକ୍ଷାର୍ଥୀମାନଙ୍କ ପ୍ରଥମ ପ୍ରଦର୍ଶନ ଗୁରୁ ବରଣୀ ଓ ମନ୍ଦୀର ଭ୍ରମଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ସଂକୀର୍ତ୍ତନ ସମାବେଶର ଆୟୋଜନ ରହିଛି। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ଜୀତେନ୍ଦ୍ର ପ୍ରୁଷ୍ଟି, ପରିଚାଳକ ହଜାରୀ ପ୍ରୁଷ୍ଟି, ମ୍ରୁଦଙ୍ଗ ଗୁରୁ କିଶୋର ମହାରଣା ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.