ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଶେଷାନନ୍ଦ ମିଶ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା…

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଯଥା ଅର୍ଥ ନିତି ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଗତ କାଲି ୧୨/୧୧/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଅଛି।
ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରବୀନ୍ଦ୍ର କୁମାର ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ,ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ର, ଛାତ୍ରୀ ଯୋଗ ଦାନ କରି ଡ଼ଃ ଶେଷା ନନ୍ଦ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ବାଣିଜ୍ୟ ବିଭାଗ ମୁଖ୍ୟ ରାମଶଙ୍କର ପଟ୍ଟନାୟକ, ଅର୍ଥନୀତି ବିଭାଗ ଅଧ୍ୟାପକ ଅଶୋକ କୁଜୁରଓ ଚାନ୍ଦିନୀ ପାତ୍ର ଯୋଗ ଦେଇଥିଲେ,ଡ଼ଃ ମିଶ୍ରଙ୍କୁ କୋଟପାଡ଼ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ବଦଳି ହୋଇଛି, ଡ଼ଃ ମିଶ୍ର ଦୀର୍ଘ ୩୪ ବର୍ଷ ଧରି ଉମରକୋଟ ମହା ବିଦ୍ୟାଳୟରେ ଶିକ୍ଷା ଦାନ କରି ସମସ୍ତଙ୍କ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ଏହି ମହା ବିଦ୍ୟାଳୟର ଉନ୍ନତି ପଛରେ ତାଙ୍କର ଅତୁଳିନୀୟ ଅବଦାନ ରହିଛି।ମହାବିଦ୍ୟାଳୟର ଅଧ୍ୟକ ଡ଼ଃ ଅନିଲ କୁମାର ମିଶ୍ର, ଏବଂ ଡ଼ଃ ରବି ମିଶ୍ର, ଡ଼ଃ ଶେଷାନନ୍ଦ ମିଶ୍ରଙ୍କୁ ଉପଢୌକନ ପ୍ରଦାନ କରି ବିଦାୟକାଳୀନ ସମ୍ମାନିତ କରିଥିଲେ, ଶେଷରେ ଅଧ୍ୟାପିକା ଚାନ୍ଦିନୀ ପାତ୍ର ଉପସ୍ଥିତରତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରି ବିଦାୟକାଳୀନ ଶ୍ରୁତିର ସମାପ୍ତ କରିଥିଲେ।

ad-week
Leave A Reply

Your email address will not be published.