ଆସିକା ସମେଇଗୁଡା ଗ୍ରାମରେ ସମ୍ପର୍କରେ ରକ୍ତର ଛିଟା ଭାଇ ଭାଉଜକୁ ହତ୍ୟା.!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ସମେଇ ଗୁଡା ଗ୍ରାମରେ ଡ଼ବଲ ହତ୍ୟା। ଆଜି ସକାଳ ୯ ଘଣ୍ଟା ସମୟରେ ଖଣ୍ଡ ଦେଉଳି ପଞ୍ଚାୟତ ସମେଇ ଗୁଡା ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ସାନ ଭାଇ ବଡ଼ ଭାଇର ଗଳା କାଟି ହତ୍ୟା କରିବା ପରେ ଭାଉଜ କୁ ଆକ୍ରମଣ କରି ବିଷ ପିଆଇ ଦେଇଥିଲା। ମୃତକ ଜଣକ ହେଲେ ରାଜୁ ପାତ୍ର (୬୨) ଲକ୍ଷ୍ମୀ ପାତ୍ର (୫୦) ଉଭୟ ସ୍ୱାମୀ ସ୍ତ୍ରୀ ନିଜର ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ରାଜୁଙ୍କ ସାନ ଭାଇ ରାଜୁକୁ ଗଳା କାଟି ହତ୍ୟା କରିବା ପରେ ଭାଉଜ କୁ ଆକ୍ରମଣ କରି ଜୋର ଜବରଦସ୍ତ ପାଟିରେ ବିଷ ଢ଼ାଳି ଦେଇଥିଲା। ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଆସିକା ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନା କୁ ସ୍ଥାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜୁ ପାତ୍ରଙ୍କ ପୁତ୍ର ସନ୍ତୋଷ ପାତ୍ର ଆସିକା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ରାଜୁଙ୍କ ଶବ ଜବତ କରି ଆସିକା ଚିକିତ୍ସାଳୟ କୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଅଘଟଣା ରେ ସମ୍ପୃକ୍ତ ଥିବା କିଛି ବ୍ୟକ୍ତି ଙ୍କୁ ଅଟକ ରଖି ତଦନ୍ତ ଚାଲିଛି। ଏନେଇ ଆସିକା ଥାନା କେଶ ନମ୍ବର ୭୩୮/୨୪ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ପ୍ରାଥମିକ ତଦନ୍ତ ବେଳେ ଏହି ହତ୍ୟା କାଣ୍ଡ ଜମି ଜମା ଗଣ୍ଡୋଗଳ କୁ ନେଇ ହୋଇଥିବା ଜଣା ପଡିଛି। ଏହି ହତ୍ୟା ପରେ ସମେଇ ଗୁଡା ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.