ଜିଲ୍ଳା କୁଇ ସାମାଜ ସେବା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ଫୁଲବାଣୀ ଠାରେ ଡ଼ ଭିମରାଓ ଆମ୍ବେଦକର ସୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ସମିର ଘଟା ଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ଆସନ୍ତା ୨୬ ନଭେମ୍ବର ୨୦୨୪ ରେ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ କୁଇ ସମାଜ ସେବା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧ ଗୌଡ଼ ସମାଜର ସଭାପତି ସୁଭାଷ ବେହେରା, ପଛୁଆ ସମାଜ ସମ୍ପାଦକ ସୁରଞ୍ଜନ ନାୟକ, ଘାଷି ସମାଜ ସମ୍ପାଦକ ସୁଶାନ୍ତ କୁମାର ମୁଖି, ଜଳନ୍ଧର ବେହେରା, ଗୋପାଳ ସମାଜ ସଭାପତି କପ୍ତନ ବର୍ଗତି,କୈବର୍ତ୍ତ ସମାଜ ସଭାପତି ଅରୁଣ କୁମାର ମାଝୀ, କୋଷାଧକ୍ଷ ତ୍ରୀନାଥ ମାଝୀ ତଥା ଜିଲ୍ଲା ସଂଯୋଜକ ବୀରେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦିବସକୁ ଜୋରଦାର ପାଳନ କରାଯିବା ସହ ଆମ୍ବେଦକରଙ୍କ ବାର୍ତ୍ତା ଓ ତାଙ୍କର କାର୍ଯ୍ୟ ସମ୍ପର୍କରେ ସଚେତନ କରାଯିବ ବୋଲି ସଭାପତି ଶ୍ରୀ ଘଟାଲ କହିଥିଲେ l ଫୁଲବାଣୀ ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବଡ ଧରଣର କରାଯିବାକୁ ଫୁଲବାଣୀ, ଖଜୁରୀପଡା, ଚକାପାଦ ଓ ଫିରିଙ୍ଗିଆ ବ୍ଲକ ଲୋକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେବ l ଆଗକୁ 12 ଟି ବ୍ଲକର ସଦସ୍ୟ ଯୋଡ଼ା ଯାଇ କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ଘଟାଲ କହିଛନ୍ତି l

ad-week
Leave A Reply

Your email address will not be published.