ଦୁର୍ଦ୍ଦଶା ନାଟକର ସଫଳ ରୂପାୟନେ ଆଦିବାସୀ ଦର୍ଶକ ବିମୋହିତ…

add-all

ବ୍ରହ୍ମପୁର :ସୁହାନୀ କ୍ରିଏସନ୍, ସୁରଳ ପ୍ରଯୋଜିତ ଆଦିବାସୀ ଜନ ଜୀବନର ନିଚ୍ଛକ କାହାଣୀ ଆଧାରିତ ନାଟକ ‘ଦୁର୍ଦ୍ଦଶା’ ଭରପୁର ଆଦିବାସୀ ଦର୍ଶକଙ୍କୁ ବିମୁଗ୍ଧ କରିବାରେ ସକ୍ଷମ ହୋଇପାରିଛି। ଗଜପତି ଜିଲ୍ଲା ବଣ ଜଙ୍ଗଲ ଘେରା ପାହାଡି ଗ୍ରାମ ୱାଇ. ଏଙ୍ଗାରସିଂ ସ୍ଥିତ ‘ଅଚ୍ୟୁତାନନ୍ଦ ଶୁନ୍ୟ ଜ୍ୟୋତି ସେବାଶ୍ରମ ଠାରେ ଏକାଦଶ ବାର୍ଷିକ ମହାବିଷ୍ଣୁ ନାମ ଯଜ୍ଞ ଅବସରରେ ‘ଦୁର୍ଦ୍ଦଶା’ ମଞ୍ଚସ୍ଥ ହୋଇ ଥିଲା। ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ରଚିତ ଏହି ନାଟକଟିକୁ ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ। ନାଟକଟିରେ ଉଭୟ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କ ସହ ସର୍ବଶ୍ରୀ ଡଃ. କୁମାର ନାୟକ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ନଳିନୀକାନ୍ତ ଗୌଡ଼, ବିଷିକେଶନ ସାହୁ, ଶ୍ରୀଧର ଆଚାରୀ, ଚାନ୍ଦାମାମା ବେହେରା ପ୍ରମୁଖ ବାସ୍ତବଧର୍ମୀ ଅଭିନୟ ମାଧ୍ୟମରେ ଜୀବନ୍ତ ରୂପାୟନ କରିଥିଲେ। ସ୍ୱରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ସ୍ୱର ସୌରଭ ସଞ୍ଜୟ କୁମାର ବିଷୋୟୀଙ୍କ ସ୍ୱର ଝଙ୍କରରେ ନାଟକଟି ଗତିଶୀଳ ହୋଇଥିଲା। କୁରା ଗୌଡ଼, ନୀଳକଣ୍ଠ ନାଲ୍ଲା, ଦୀପକ କୁମାର ପ୍ରଧାନ ନାଟକ ପରିଚାଳନାରେ ସହଯୋଗ କରିଥିଲେ। ଉଭୟ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ସହସ୍ରାଧିକ ଆଦିବାସୀ ଦର୍ଶକ ନାଟକଟିକୁ ବେଶ ଉପଭୋଗ କରିଥିଲେ।
ନାଟକ ପୂର୍ବରୁ ସେବାଶ୍ରମ ତରଫରୁ ଏକ ଧର୍ମ ମହାସଭାର ଆୟୋଜନ ହୋଇଥିଲା। ଏଥିରେ ବାବା ବଂଶୀଧର ମହାରାଜ ପୌରୋହିତ୍ୟ କରିଥିଲେ। ସାଧୁ ଦୟାନନ୍ଦ ବାବା, ଗୋବିନ୍ଦ ବାବା, ପ୍ରଫୁଲ୍ଲ ବାବା, ଲକ୍ଷ୍ମୀ ମାତା, ଯମୁନା ମାତା, ଡ଼ା. ତିରୁପତି ସାହୁ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ଅନ୍ତର୍ଯ୍ୟାମୀ ଗମାଙ୍ଗ, ସି. କରୁଣାକର, କିଶୋର କୁମାର ପାତ୍ର, ସୁରେଶ ପାଣିଗ୍ରାହୀ, ଏମ୍. ଭେଙ୍କଟେସ୍, ଅର୍ଜୁନ ପାତ୍ର, ଏନ୍. ଶଙ୍କର, ଧର୍ମାରାଓ ପ୍ରମୁଖ ବହୁ ବିଜ୍ଞ ଆଚାର୍ଯ୍ୟମାନେ ଧର୍ମୀୟ ପ୍ରବଚନ ପ୍ରଦାନ କରିଥିଲେ।
ସର୍ବଶ୍ରୀ ଗୋବର୍ଦ୍ଧନ ଭୂୟାଁ, ବାସୁଦେବ ଭୂୟାଁ, ଧନୁ ଭୂୟାଁ, ବିଜୟ ଭୂୟାଁ, ସରୋଜ ଭୂୟାଁ, ଆଦିକନ୍ଦ ଭୂୟାଁ, ଲକ୍ଷ୍ମଣ ଶବର, କାଳିଆ ଶବର, ମୁକୁନ୍ଦ ଶବର, ଅଶୋକ ଶବର, ରାମ ଶବର, ରଥ ଶବର, ପର୍ଶୁରାମ ଶବର ପ୍ରମୁଖ ସେବାଶ୍ରମ ତଥା ବାର୍ଷିକ ମହାବିଷ୍ଣୁ ନାମ ଯଜ୍ଞର କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗଜପତି ଜିଲ୍ଲାର ପାହାଡି ଅଧ୍ୟୁଶିତ ଅଂଚଳରେ ଧର୍ମୀୟ ଚେତନା ପ୍ଲାବିତ ହେବ ପରିଲକ୍ଷିତ ହୋଇଥିଲା।

ad-week
Leave A Reply

Your email address will not be published.