ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

add-all

ମାଲକାନଗିରି : ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମତବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ଭ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର ଯୋଗ ଦେଇଥିଲେ । ଉପ ଜିଲ୍ଲାପାଳ କହିଥିଲେ ଯେ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର । ସେହିପରି ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡିଛି ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ ଓ ସତ୍ୟ ଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ଯ ସମସ୍ତେ କହିଥିଲେ। ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଣମାଧ୍ୟମର ପରିବର୍ତ୍ତଶୀଳ ସ୍ୱରୂପ ବିଷୟବସ୍ତୁ ରଖାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ଆୟୋଜିତ ବକ୍ତୃତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.