ବାଦ ବିବାଦ ପରେ ପୁଣି ହେବ ଆସିକା ରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା …

add-all

ଆସିକା ରେ ଲେଖା ନଛିଡ଼ିବାରୁ ଵ୍ରହ୍ମପୁର ରେ ଲେଖା ଛିଡିଲା…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା ୧୪ ତାରିଖ ଠାରୁ। ନିସର୍ତ୍ତ ରେ କବାଡ଼ି ପାଇଁ ଚାନ୍ଦା ଆଦାୟ ହେଉଥିବା ନେଇଗତ ୨୮ ତାରିଖ ରେ ଖବର ପ୍ରକାଶ ହୋଇଥିଲା।ଏହି ପ୍ରତିଯୋଗିତା ରେ ମହିଳାଦଳ ଓ ପୁରୁଷ ଦଳ ଭାଗ ନେବେ ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ରେ ନଭେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା। ଆସିକା ର କିଛି ଅଧିକାରୀ ଓ ନେତା ମାନଙ୍କ ଚାମଚା ମାନେ ମଦ, ବାଲି ମାଫିଆ ମାନଙ୍କ ଠାରୁ ଆରମ୍ଭ କରି ଠିକାଦାର ଓ ବ୍ୟବସାୟୀ ମାନଙ୍କୁ ମୋଟା ଅଙ୍କର ଅର୍ଥ ବି ଆଦାୟ କରିଥିବା ଚର୍ଚ୍ଚା ହୋଇଥିଲା। କବାଡ଼ି ଖେଳ ବନ୍ଦ ହୋଇଥିଲା।ପୁଣି ଵ୍ରହ୍ମପୁର ଠାରେ ବୈଠକ ବସି ନିଷ୍ପତ୍ତି ପ୍ରକାରେ ଆସନ୍ତା ୨୨,୨୩,୨୪ ତାରିଖ ରେ ଏହି କବାଡି ପ୍ରତିଯୋଗିତା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସିକା ରେ କିଛି ଵ୍ୟକ୍ତି ବିଶେଷ ଖେଳ ନାଁ ରେ ଚାନ୍ଦା ମାଗିବା ଘଟଣା ସମ୍ପର୍କରେ ଚର୍ଚ୍ଚା ହେବା ପରେ ଖେଳ ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏବେ ଵ୍ରହ୍ମପୁର ରେ ଲେଖା ଛିଡ଼ିବା ପରେ ଖେଳାଳି ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.