ଓଲଟି ପଡ଼ିଲା ଯାତ୍ରାପାର୍ଟି ଗାଡ଼ି

add-all

କେନ୍ଦୁଝର : ଏକ ଯାତ୍ରା ପାର୍ଟି ଗାଡ଼ି ଓଲଟି ପଡ଼ିବାରୁ ୪ ଜଣ କଳାକାର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ମାଛଗୋଡ଼ ଗ୍ରାମ ନିକଟରେ ଘଟିଛି ଏହି ଘଟଣା। ଆଜି ରାଜନନ୍ଦିନୀ ଯାତ୍ରା ପାର୍ଟିର କିଛି କଳାକାର ଏକ କାର ଯୋଗେ ଗୋରାସ ଗ୍ରାମକୁ ଯାଉଥିଲେ। ସେଠାରେ ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ଥିବାରୁ ସେମାନେ ଯାଉଥିଲେ। ହେଲେ ଅପରାହ୍ନ ପ୍ରାୟ ୫ଟା ବେଳେ ଗୋରାସ ଗାଁଠାରୁ ପ୍ରାୟ ୩ କିମି ଦୂର ମାଛଗୋଡ଼ ନିକଟରେ ସେମାନଙ୍କ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରଟି ଓଲଟି ପଡ଼ିଥିଲା ଓ ତା’ ଭିତରେ କଳାକାରମାନେ ଚାପି ହୋଇ ରହିଯାଇଥିଲେ।
ସ୍ଥାନୀୟ ଲୋକେ ଆହତ କଳାକାରମାନଙ୍କୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ ବିଭାଗ ଗାଡ଼ିରେ ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା। କେମିତି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଦ୍ରୁତ ଗତି ଯୋଗୁ ଏହା ଘଟିଥିବା କୁହାଯାଉଛି।

ad-week
Leave A Reply

Your email address will not be published.