ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ

add-all

ହିଞ୍ଜିଳିକାଟୁ ୧୮/୧୧ : ଜିଲ୍ଲା ଘରୋଇ ଵସ ମାଲିକମାନେ ଲକ୍ଷ୍ମୀ ବସ ର ମନଈଛା ବୁଲିବା ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି।ଅର୍ନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଲକ୍ଷ୍ମୀ ଵସ ସେବାକୁ ବିରୋଧ କରି ଘରୋଇ ବସ ଚଳାଚଳ ବନ୍ଦ ଘୋଷଣା କରିଛି ଜିଲ୍ଲା ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ, ଅନେକ ବେକାର ଯୁବକ ଗ୍ରାମାଞ୍ଚଳରେ ବସ ଚଳାଚଳ କରି ଜୀବିକା ନିର୍ବାହ କରୁଛନ୍ତି ଏଥି ସହ ସେମାନଙ୍କ ଋଣ,ଈଏମ ଆଇ,ଭଳି ଘର ଦାୟୀତ୍ବ ତୁଲାଇବା କଷ୍ଟକର ହୋଇପଡିଛି । ଲକ୍ଷ୍ମୀ ବସ ଯୋଜନା ଫଳରେ ଏମାନଙ୍କ ପେଟପାଟଣା ଏବେ ଆଶଙ୍କାରେ ପଡ଼ିଛି।ପ୍ରତିଵାଦରେ ଜିଲ୍ଲା ସଂଘ ର ନିଷ୍ପତ୍ତି କ୍ରମେ ଆସନ୍ତା ୨୦ତାରିଖରୁ ଘରୋଇ ବସ ଚଳାଚଳ ବନ୍ଦ ଘୋଷଣା କରିଛି। ହିଞ୍ଜିଳିକାଟୁ ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ ରେ ସାମିଲ ହୋଇଥିବା ଘରୋଇ ବସ ମାଲିକ ଶୁଶାନ୍ତ ପ୍ରଧାନ ସୁଚନା ଦେଇଛନ୍ତି

ad-week
Leave A Reply

Your email address will not be published.