ଗଛକୁ ପିଟିଲା ବାଇକ, ଦୁଇ ଜଣ ଯୁବକ ଗୁରୁତର

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଝମନକିରା ସ୍କୁଲ୍ ରୋଡ ସମ୍ମୁଖରେ ଯାଇଥିବା ପି ଡବୁ ଡି ରାସ୍ତା ଉପରେ ବାଇକ ଚାଳକ ଗୋଟିଏ ଗଛକୁ ପିଟି ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ବାଇକ ଚାଳକ ଅରୁଣ ମିର୍ଦ୍ଧା ୩୩ ବର୍ଷ ପରତାପୁର ପଞ୍ଚାୟତ ଅନ୍ତର୍ଗତ ଭାଳୁଲତ୍ତା ଗ୍ରାମର ବାଲି ଜଣା ପଡ଼ିଛି ଓ ଅନିଲ ବାରଲା ୩୦ ବର୍ଷ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚାଡ୍ରି ଗ୍ରାମର ବାଲି ଜଣା ପଡ଼ିଛି । ଏହି ଯୁବକମାନେ ଗତକାଲି ଅଣ୍ଡାଳି ଜାମ୍ବାହଲ ଇନ୍ଦ ଯାତ୍ରା ଦେଖିବାକୁ ଯାଇଥିଲେ ଆଜି ସକାଳ ପ୍ରାୟ ୧୧ ଟା ସମୟରେ ଯାତ୍ରାରୁ ନିଜ ଘରକୁ ଫେରୁଥିବା ବେଳେ ନିଜର ଭାରସାମ୍ୟ ହରାଇ ରାସ୍ତା କୋଡରେ ଥିବା ଗୋଟିଏ ଗଛକୁ ପିଟି ଥିବାରୁ ଦୁଇ ଜଣ ଗୁରୁତର ହେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ କୁ ଡକାଇ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ରାଉଲକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି ।

ad-week
Leave A Reply

Your email address will not be published.