ବେଦାନ୍ତ ଜମି ଫେରାଇବା ପ୍ରସଙ୍ଗ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ

add-all

ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଫେରାଇବା ପ୍ରସଙ୍ଗ। କ୍ଷତିପୂରଣ ରାଶି ଛାଡ଼ ପାଇଁ ଦାବି ହେଲେ ବିଚାର କରିବେ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ଜମି ଫେରିପାଇବାକୁ ହେଲେ କ୍ଷତିପୂରଣ ନେଇଥିବା ଲୋକଙ୍କୁ କ୍ଷତିପୂରଣ ରାଶି ଫେରାଇବାକୁ ପଡ଼ିବ ବୋଲି କହିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। 

ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ‘ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ପାଳନ କରୁଛନ୍ତି। ଲୋକେ ଜମି ଫେରି ପାଇବା ବଦଳରେ ପୂର୍ବରୁ ପାଇଥିବା କ୍ଷତିପୂରଣ ରାଶି ଫେରାଇବା ଅଦାଲତଙ୍କ ନିର୍ଦ୍ଦେଶ ରହିଛି। ତଥାପି ଯଦି ଲୋକେ ନିଜ ଜମି ଫେରିପାଇବା ଲାଗି କ୍ଷତିପୂରଣ ରାଶି ବାଧକ ସାଜେ ବା କ୍ଷତିପୂରଣ ରାଶି ଛାଡ କରିବାକୁ ଚାଷୀ ଦାବି କରନ୍ତି, ତେବେ ସରକାର ଏହା ଉପରେ ବିଚାର କରିବେ।’ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ad-week
Leave A Reply

Your email address will not be published.