ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ପାଳନ

add-all

ହିଞ୍ଜିଳିକାଟୁ ୧୯/୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ଠାରେ ହିଞ୍ଜିଳି କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଳନ ହୋଇଯାଇଛି। ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଙ୍ଗ୍ରେସ ନେତା ସୁନାରାମ ସାବତ, ରବିନ୍ଦ୍ର ବୈଠାରୁ,ଟୁନା ପାଢି, ବେଣୁଧର ବିଷୋୟୀ ଶୁସିଳାମାଳାବନମାଳୀ ସାମଲ,ଅରୁଣ ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ। ହିଞ୍ଜିଳିକାଟୁ ପରିବା ବଜାର ଛକ ଠାରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଥିଲା।

ad-week
Leave A Reply

Your email address will not be published.