
ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଜାତୀୟ ସଂହତି ଦିବସ କାର୍ଯ୍ୟକ୍ରମ ପବ୍ଲିକ ସ୍କୁଲ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପବ୍ଲିକ ସ୍କୁଲର ଅଧକ୍ଷ ଦୁର୍ଯ୍ୟୋଧନ ସେଠି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ସୌମ୍ୟଜିତ ତ୍ରିପାଠୀ, ଜିତା ଦାଶ, ଲିପିକା ମହାନ୍ତି ଏବଂ ମାଇ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଲୋଚନା କରା ଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରେ ବକୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୁଇଜରେ ଉଂମାଲ ଖାଁ ପ୍ରଥମ, ସାଇନାଥ ପୃଷ୍ଟି ଦ୍ୱିତୀୟ ଏବଂ ରୀତିଶା ପ୍ରିୟଦର୍ଶିନୀ ତୃତୀୟ ହୋଇଥିଲେ lସେହିପରି ବକୃତାରେ ଅନୁପ୍ରାଜ୍ଞl ନାୟକ ପ୍ରଥମ, ପ୍ରତିଷ୍ଠା ତ୍ରିପାଠୀ ଦ୍ୱିତୀୟ, ଏବଂ ସାଇ ପୁନମ ପ୍ରିୟା ତୃତୀୟ ହୋଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ l ପ୍ରତିଯୋଗିତାରେ କୃତି ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା l ବୈଠକରେ ମାଇ ଭାରତ ଫୁଲବାଣୀର ସହକର୍ମୀ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ରଚିତା ରାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l