ରହସ୍ୟ ଘେରରେ ସ୍କୁଲଛାତ୍ରୀର ମୃତ୍ୟୁ, ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କୁ ନେଇ ସନ୍ଦେହ…

add-all

ଘଟଣାର ତଦନ୍ତ ଦାବିକରୀ ଜିଲ୍ଲା ପାଳଙ୍କୁ ଦରଖାସ୍ତ ଦେଲେ ଅନୁସୂଚିତ ଜାତି, ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି।

ମାଲକାନଗିରି : ବିଗତ ଦିନରେ ନିଳିମାରି ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ଭୂମିକା । ବିଦ୍ୟାଳୟ ରେ ଅବହେଳା ପାଇଁ ଜଣେ ଛାତ୍ରୀ ର ମୃତ୍ୟୁ ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦାୟୀ କରି ଆଜି ଥାନା ରେ ଏତଲା ଦେଇଛନ୍ତି ମୃତା ଛାତ୍ରୀ ର ମା,ଏହା ବ୍ୟତିତ ଏହି ଘଟଣା ର ତଦନ୍ତ ଦାବିକରୀ ଜିଲ୍ଲା ପାଳଙ୍କୁ ଦରଖାସ୍ତ ଦେଇଛନ୍ତି ଅନୁସୂଚିତ ଜାତି, ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି। ମାଲକାନଗିରି ଜିଲ୍ଲା କୋଇଲିପାରୀ ଗ୍ରାମର ଇର୍ମା ମାଢି ଙ୍କ ଝିଅ ଭାରତୀ ମାଢି (୧୩)ନୀଲୀମାରୀ ଆଶ୍ରମ ବିଦ୍ୟାଳୟ ଠାରେ ସପ୍ତମ ଶ୍ରେଣୀ ପାଢୁ ଥିଲେ ।ଗତ ୧୫ତାରିଖ ଦିନ ଛାତ୍ରୀ କୁମାରୀ ଭାରତୀ ମାଢିଙ୍କର ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା,ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅବହେଳା ପାଇଁ ଝିଅର ମୃତ୍ୟୁ ଘଟି ଥିବାର ଅଭିଯୋଗ କରି ମା ଭୀମ ମାଢି ଆଜି ମାଲକାନଗିରି ଥାନା ରେ ଏତଲା ଦେଇଥିବାର ଜଣା ପଡିଛି।ଅପରକ୍ଷରେ ସନ୍ଦେହ ଜନକ ମୃତୁକୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଗରିବ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅନୁସୂଚିତଜାତି ଓ ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଧ୍ୟ ଆଜି ମାଲକାନଗିରି ଜିଲ୍ଲା ପାଳ ଙ୍କୁ ଏକ ଦରଖାସ୍ତ ଦେଇଛନ୍ତି।ନିଲି ମାରୀ ଆଶ୍ରମ ବିଦ୍ୟାଳୟ ଠାରେ ସପ୍ତମ ପଢ଼ୁଥିବା ଭାରତୀ ମାଢି, ବୟସ (୧୪) ପିତା:- ଇର୍ମା ମାଢି ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ତା, ୧୪ /୧୧/୨୪ ରିଖ /ଭାରତୀ ମାଢିକୁ ଅଳ୍ପ ଜ୍ଵର ଓ ଦେହ ବଥା ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ସ୍ବାସ୍ଥ୍ୟ ଯୋଗାଇବା ବାରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମୁନମୁନ ଗାଇନ ଗା ଓ ମେଟ୍ରନ ଲିଲି ରାଣୀ ରାୟ ଅବହେଳା କରିଥିବା ସନ୍ଦେହ କରାଯାଉଛି । କାରଣ ସ୍କୁଲ ଠାରୁ ପାଞ୍ଚ କିଲୋମିଟର ମୁଖ୍ୟ ସଦର ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଥିବା ସତ୍ତ୍ୱେ କେଉଁ କାରଣରୁ ଭାରତୀ ମାଢିକୁ ଦଶ କିଲୋମିଟର ଦୂର କୋରୁକୋଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଗଲା ? ଏବଂ ତରବରିଆ ଭାବ ଭାବରେ ଘର ଲୋକଙ୍କୁ ଡାକି ସ୍କୁଲରୁ ଭାରତୀ ମାଢିଙ୍କୁ ଘରକୁ ପଠାଗଲା, ଦେହ ପୁଣି ଅସୁସ୍ଥ ହୋଇ ଯିବାରୁ ପରିବାର ଲୋକେ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇ ଚିକିତ୍ସା କରିଥିଲେ ୧୫ତାରିଖରେ ଚିକିତ୍ସା ଅବସ୍ଥାରେ ଭାରତୀର ମୃତ୍ୟୁ ଘଟିଥିଲା, ଏପରି ଘଟଣା ଅନେକ ଆଶ୍ରମ ସ୍କୁଲରେ ଘଟିଚାଲିଛି,ବିଶେଷ
ଉଦାହରଣ ସ୍ୱରପ ହାତୀଆମ୍ୱ ଆଶ୍ରମ ସ୍କୁଲ, ଧରମ ପାଲ୍ଲୀ ଆଶ୍ରମ ସ୍କୁଲ ଏମିତି ଅନେକ ଆଶ୍ରମ ସ୍କୁଲ ଗୁଡିକ ରେ ଅବ୍ୟବସ୍ଥା ଲାଗିରହିଛି, ବାରମ୍ବାର ଲେଖି ଜଣାଇ ଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ,ଶିକ୍ଷକ ମାନଙ୍କର ଅବହେଳା ପାଇଁ ଆଦିବାସୀ ଛାତ୍ର ଛାତ୍ରୀ ମୃତୁ ବରଣ କରିଛନ୍ତି । ଆଶ୍ରମ ସ୍କୁଲ ମାନଙ୍କରେ ମାନଙ୍କରେ ବହୁ ବର୍ଷ ଧରି ଶିକ୍ଷତ୍ରୀ ମାନେ ରହୁଛନ୍ତି । ତେଣୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆପଣଙ୍କୁ ଅବଗତ କରୁଛିକି, ଆଗାମୀ ଦିନରେ ଯଦି କୌଣସି ପଦକ୍ଷେପ ନିଆ ନଯାଏ, ତାହା ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାର ଏସସି/ଏସଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ମାଲକାନଗି ଲକାନଗିରି ନିସ୍ପତି ସ୍ପତି ନେଇଛି ବୋଲି ମିଳିତ କ୍ରିୟା ଅନୁଷ୍ଠାନ କମିଟି ର ସଭାପତି ଜରା ଶବର ମାଢି, ସୋନୁଅନୁଗୁ,ଇର୍ମା ପଡିଆମୀ, ଘେନୁମୁଦୁଲି, ଦେବୀ ମାଢି, କାମେଶ୍ୱର ରାଓ ପ୍ରମୁଖ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲା ପାଳ ସୋମନାଥ ପ୍ରଧାନ ଙ୍କୁ ଦରଖାସ୍ତ ଦେଇଛନ୍ତି।

ad-week
Leave A Reply

Your email address will not be published.