ଅସୁରକ୍ଷିତ କଲେଜ୍ ଛାତ୍ର ଛାତ୍ରୀ ଙ୍କ ଜୀବନ, ଅନଫିଟ୍ ବସରେ ଚାଲିଛି ଯାତ୍ରା…

add-all

ସରକାରୀ ନିୟମ କୁ ଫୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସତ୍ୟନାରାୟଣ ଘରୋଇ କଲେଜ ରେ ୨୦୦ ରୁ ଉର୍ଦ୍ଧ ପିଲା ANM,GNM,BSC Nursing ଏବଂ+2 since college ଶିକ୍ଷା ଗ୍ରହଣ କରୁଥିବାବେଳେ। ଏହି କଲେଜର ଏକ ପରିବହନ ରେ ନିୟୋଜିତ ଗାଡ଼ି ନମ୍ବର OD30B8039 ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ମାନଙ୍କୁ ଧରି ହଷ୍ଟେଲ ରୁ କଲେଜ ଏବଂ ହଷ୍ଟେଲ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରାକ୍ଟିକାଲ ପାଇଁ ନେବା ଆଣିବା କରୁଥିବା ବେଳେ ଜଣାପଡ଼ିଛି । ଉକ୍ତ ବସ ଟି ର ଫିଟନେସ ୦୪/୫/୨୪ ସାରିଥିବା ବେଳେ। ସେହିପରି ଗାଡ଼ିର ଟାକ୍ସ ୩୧/୩/୨୩ ରୁ ମଧ୍ୟ ସରିଯାଇଛି। ଇଂସୁରାନ୍ସ ମଧ୍ୟ 07/6/24 ରୁ ସରି ଯାଇଥିବା ବେଳେ ପ୍ୟୁସିସି ବା ପଲୁସନ୍ 14/8/24 ରୁ ସାରିଯାଇଛି।ସେହିପରି ପରମିଟ ମଧ୍ୟ 15/8/23 ରୁ ସରିଯାଇଛି । ତେଣୁ କଥା ଉଠୁଛି ବସ ଟିର କୌଣସି କାଗଜ ପତ୍ର ସଠିକ୍ ନଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଧରି ନିତିଦିନ କିଭଳି ବସଟି ଯତାୟତ କରୁଛି । ଏଠି ପ୍ରଶ୍ନ ଉଠୁଛି ଯେ ଏହି ଶିକ୍ଷାନୁଷ୍ଠାନର ମାଲିକ କାହା ଛତ୍ର ଛାୟା ତଳେ ରହି ଏହିଭଳି କାର୍ଯ୍ୟ କରୁଥିଲେ । ପ୍ରତ୍ୟେକ ଦିନ ଘରୋଇ କଲେଜର ଅଧ୍ୟାପକ ଛାତ୍ରଛାତ୍ରୀ ମାନଙ୍କୁ ଧରି ଜିଲ୍ଲା ସଦମହକୁମା ରାସ୍ତା ଉପରେ ବସ ରେ ପିଲା ମାନକୁ ନେବା ଆଣିବା କରୁଥିବା ବେଳେ ପରିବହନ ବିଭାଗର ନଜର କୁ କିଭଳି ଏହା ଆସି ନାହିଁ ନା ପରିବହନ ବିଭାଗ ଜାଣି ନିରବ ରହିଛି । ବସଟି ର କୌଣସି କାଗଜ ପତ୍ର ସଠିକ୍ ନ ଥିବା ବେଳେ ଯଦି କୌଣସି ଅଘଟଣ ହୁଏ। ତା ପାଇଁ କିଏ ଦାୟୀ ରହିବେ ବୋଲି ବୁଦ୍ଧିଯିବି ମହଲରେ ପ୍ରଶ୍ନ ଉଠୁଛି । ଏ ବାବଦରେ ମାଲକାନଗିରି ଜିଲ୍ଲା ପରିବହନ ବିଭାଗର M.V.I କୁ ଅବଗତ କରାଇ ବାରୁ ସେ ଯଥାଶୀଘ୍ର କାର୍ଯ୍ୟାନୁଷଠାନ ନିଆଯିବ କହିବା ସହ ସେ ଏ ବାବଦରେ ଅବଗତ ନଥିବା ପ୍ରକାଶ କରିଛନ୍ତି । ପରିବହନ ବିଭାଗ ଏହା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.