ଜମି ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ, ସାବାଡ ହେବେ ଦଲାଲ

add-all

କଟକ: ଏବେ ଜମି ପଞ୍ଜୀକରଣ ହେବ ସହଜ। ସରକାର ଏଥିପାଇଁ ହୋଇଛନ୍ତି ତତ୍ପର। ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଆଜି ଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।

ଏହା ଦ୍ୱାରା ରାଜ୍ୟରେ ଥିବା ୨୦୫ଟି ନିବନ୍ଧକ ଏବଂ ଉପ ନିବନ୍ଧକ କାର୍ଯ୍ୟାଳୟରେ ଏଣିକି ବ୍ୟବସ୍ଥିତ ଢଙ୍ଗରେ ତଥା ସହଜ ଉପାଯରେ କାମ ହୋଇପାରିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହି ବ୍ୟବସ୍ଥା ଜରିଆରେ କାର୍ଯ୍ୟକ୍ଷେତ୍ରରେ ସ୍ଵଚ୍ଛତା ରହିବ। ଏଥିରେ  ଲୋକଙ୍କୁ ଉପଯୁକ୍ତ ସେବା ମିଳି ପାରିବ ବୋଲି ମଧ୍ୟ କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହାଦ୍ବାରା ଜମି ରେଜିଷ୍ଟ୍ରେସନ କାର୍ଯ୍ୟରେ ସ୍ୱଛତା ରହିବ।  ସାଧାରଣ ଲୋକେ ଦଲାଲମାନଙ୍କର ପ୍ରାଦୁର୍ଭାବରୁ ରକ୍ଷା ପାଇପାରିବେ। ଏହା ସହ କର୍ମଚାରୀ ମାନେ ଏହି ବ୍ୟବସ୍ଥାରେ ସ୍ଵଛତାର ସହ କାମ କରିବ ବୋଲି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ad-week
Leave A Reply

Your email address will not be published.