ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

add-all

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି କିଛି ସାଂଘାତିକ ଅଭିଯୋଗ ଆସିଛି, ଭଦ୍ରକ ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତରେ।

ଭାଟପଡ଼ା ପଞ୍ଚାୟତ VAW ଭଗବତୀ କିଷାନ ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି। ବାତ୍ୟା କ୍ଷତିପୂରଣ ପାଇଁ ଚାଷୀଙ୍କୁ ଲାଞ୍ଚ ମାଗିବା ଭିଡିଓ ଭାଇରାଲ ହୋଇଥିଲା। ଗ୍ରାମ୍ୟ କୃଷି ଅଧିକାରୀ ଭଗବତୀ କିଷାନ ଚାଷୀଙ୍କଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.