ମାଲକାନଗିରି ରେ ମାଓ ଉପଦ୍ରବ ବଡ଼ ଧରଣର ଗୁଳି ବିନିମୟ : ଜଣେ ମାଓବାଦୀ ମୃତ ଜଣେ ଜବାନ ଆହତ…

add-all

ମାଲକାନଗିରି ୨୧/୧୧ଦୀର୍ଘଦିନ ପରେ ମାଲକାନଗିରି ବଡ଼ ଧରଣର ଗୁଳିବିନିମୟ ଘଟିଛି। ମାଲକାନଗିରି ଜିଲ୍ଲା ମଧ୍ୟକୁ ବାହାର ରାଜ୍ୟରୁ ମାଓବାଦୀ ପଶିବାକୁ ଉଦ୍ୟମ ବେଳେ ଡିଭିଏଫ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଏହି ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ରେ ଥିବା ଜିନେଲଗୁଡା ଜଙ୍ଗଲ ଦେଇ କିଛି ମାଓବାଦୀ ଜିଲ୍ଲା ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ପାଇ ଅଞ୍ଚଳରେ ଡିଭିଏଫ ଯବାନ ମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତେବେ ବିଳମ୍ବିତ ରାତିରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ସାମ୍ନା ସାମ୍ନି ହେବା ସହ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।ସେହିପରି ଜଣେ ଡିଭିଏଫ ଯବାନ ଏହି ଗୁଳିବିନିମୟ ରେ ଆହତ ହୋଇଥିବା ବେଳେ ତାଙ୍କ ନାମ ଡମ୍ବୁରୁ ବଡ଼ ନାୟକ ବୋଲି ଜଣା ପଡ଼ିଛି। ଏହା ସହ ଦୁଇଜଣ ମାଓବାଦୀ ଯବାନ ଙ୍କ ଦ୍ଵାରା ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଥିବା ନେଇ ସୂଚନା ମିଳିଛି।

ad-week
Leave A Reply

Your email address will not be published.