ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ

add-all

ଭୁବନେଶ୍ବର : ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସେପଟେ ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା। ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି। ବିଶ୍ୱ ମତ୍ସ୍ୟ ଦିବସରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି।
ଏବେ ରାଜ୍ୟର ଫୋକାସ୍‌ ମଧୁରମାଛ ଉପରେ। ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନି ପାଇଁ ଟାର୍ଗେଟ ରଖାଯାଇଛି। ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ୧୧.୫ ଲକ୍ଷ ମେଟ୍ରିକ୍‌ ଟନ ମଧୁର ମାଛ ଉତ୍ପାଦନ ହେଉଛି। ରାଜ୍ୟରେ ମୁଣ୍ଡ ପିଛା ୧୮ କିଲୋ ମାଛ ଲୋକ ଖାଉଛନ୍ତି। ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 2300 କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି। ରାଜ୍ୟରେ ଅଧିକ ମତ୍ସ୍ୟ ବଜାର, ଜେଟି ପ୍ରତିଷ୍ଠା ପାଇଁ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.