ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା, ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ

add-all

କଟକ: ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା।  ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଲେ ହାଇକୋର୍ଟ। ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ। ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି। ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ। ଆସନ୍ତା ସୋମବାର ବ୍ୟକ୍ତିଗତ ଭାବେ ହାଜର ହେବେ ଓପିଏସସି ଅଧ୍ୟକ୍ଷ।

ଗତ ଏପ୍ରିଲ ୨୦ରେ ୧୯୭ଟି ଡେଣ୍ଟାଲ ସର୍ଜନ ଗ୍ରୁପ-ଏ (ଜୁନିୟର ବ୍ରାଞ୍ଚ) ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଜୁଲାଇ ୨୪ରେ ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଥିଲା । ଲିଖିତ ପରୀକ୍ଷାରେ ସଫଳ ହେବା ପରେ ଆବେଦନକାରୀଙ୍କ ସମେତ ୧୭୫ ଜଣଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯାଇଥିଲା । କିନ୍ତୁ ଡିସେମ୍ବର ୪ରେ ୮୧ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଡେଣ୍ଟାଲ ସର୍ଜନ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସବୁ ଯୋଗ୍ୟତା ଥିବା ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଆବେଦନ‌ରେ ଉଲ୍ଲେଖ କରାଯାଇଛି। ଆଜି ଏହି ମାମଲାର ଶୁଣାଣି କରି ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ad-week
Leave A Reply

Your email address will not be published.