ସିକଲ ସେଲ ରୋଗ ବିଷୟରେ ସଚେତନତା ଶିବିର

add-all

ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଖଜୁରୀପଡା ପଞ୍ଚାୟତ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ସିକଲ ସେଲ ରୋଗ ବିଷୟରେ ଏକ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶ୍ରୀ ସନ୍ତୋଷ କୁମାର ପାଢୀ, ସିକଲ ସେଲ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ସ୍ମୃତି ରଞ୍ଜନ ବେହେରା, ଖଜୁରୀପଡା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ସାହୁ, ଆଇନଜୀବୀ ତୁଷାରକାନ୍ତ ନାୟକ, ଖଜୁରୀପଡା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଜାନି, ପାରା ଲିଗାଲ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ ।ଏହି ସଚେତନତା ଶିବିରରେ ସିକିଲ ସେଲ ରୋଗର କାରଣ,ଲକ୍ଷଣ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉପଲବ୍ଧ ଥିବା ଚିକିତ୍ସା ବ୍ୟବସ୍ଥା ଓ ସରକାରଙ୍କ ଦ୍ବାରା ଦିଆଯାଉଥିବା ସହାୟତା ବିଷୟରେ ଆଲୋଚନା କରାଯାଇଥିଲା । ସିକିଲ ସେଲ ରୋଗ ଏକ ବଂଶଗତ ରୋଗ ଯାହାଦ୍ବାରା ରକ୍ତରେ ହିମୋଗ୍ଲୋବିନ ତିଆରି କରୁଥିବା ଜିନ ତୃଟିଯୁକ୍ତ ହୋଇଥାଏ । ଉଭୟ ମାତାପିତାଙ୍କ ମଧ୍ୟରୁ ଯଦି ଜଣଙ୍କ ପାଖରେ ତୃଟିଯୁକ୍ତ ଜିନ ରହିଥାଏ, ତେବେ ନବଜାତକ ମଧ୍ୟ ଏହି ରୋଗର ବାହକ ହୋଇପାରେ । ସିକିଲ ସେଲ ରୋଗଗ୍ରସ୍ତ ଶିଶୁଙ୍କୁ ଅଧିକ ଧ୍ୟାନଦେବା, ନିୟମିତ ଟୀକା ନେବା, ଔଷଧ ସେବନ କରିବା ସହ ନିୟମିତ ଡାକ୍ତରଙ୍କ ପରାମର୍ଶ ଏବଂ କୌଣସି ଜଟିଳ ସମସ୍ଯା ଦେଖାଦେଲେ ତଥା ଅନ୍ୟ ଜରୁରୀ ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସେଠାରେ ଉପସ୍ଥିତ ଥିବା ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଅଶୋକ କୁମାର ପ୍ରଧାନ, ପାରା ଲିଗାଲ ସ୍ବେଚ୍ଛାସେବୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଖଜୁରୀପଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମନୋରଞ୍ଜନୀ ଜାନି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.