ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ

add-all

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ଆଜି ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଭାରତ ବ୍ୟତୀତ ରାହୁଲ ଗାନ୍ଧି ନିଜ ପାଖରେ ବ୍ରିଟେନର ନାଗରିକତା ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ଦୁଇଟି ଦେଶର ନାଗରିକତା ରହିଥିବାରୁ ଏହା ବିରୋଧରେ କୋର୍ଟରେ ଗୋଟିଏ ପିଟିସନ ଦାଏର କରାଯାଇଥିଲା।

ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ବି ପାଣ୍ଡେଙ୍କୁ କୋର୍ଟ ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ତଥ୍ୟ ଆଣିବାକୁ କହିଛନ୍ତି। ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ବିଜେପି ନେତା ଭିଗ୍ନେଶ ଶିଶିର ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ବ୍ରିଟିଶ ନାଗରିକତା ରଖିଥିବାରୁ ତାଙ୍କ ଭାରତୀୟ ନାଗରିକତାକୁ ଖାରଜ କରାଯାଉ। ଏଥିସହ ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଭିଗ୍ନେଶଙ୍କ କହିବା କଥା ଯେ ଏହାପୂର୍ବରୁ ସମାନ ଅଭିଯୋଗ ଭିଏସଏସ ଶର୍ମା ନାମକ ଜଣେ ବ୍ୟକ୍ତି କରିଥିଲେ। ଏହି ଅଭିଯୋଗ ପରେ ମିଳିଥିବା ଇ-ମେଲରୁ ରାହୁଲ ଗାନ୍ଧି ବ୍ରିଟିଶ ନାଗରିକତା ରଖିଥିବା ପ୍ରମାଣ ହୋଇଛି। ଶିଶିର ଏନେଇ ବ୍ରିଟିଶ ସରକାରଙ୍କ ଠାରୁ ଗୋଟିଏ ତଥାକଥିତ ଇ-ମେଲ ପାଇଥିବା ମଧ୍ୟ କହିଛନ୍ତି।

ଆବେଦନରେ କୁହାଯାଇଛି ଯେ ଶର୍ମା ୨୦୨୨ରେ ରାହୁଲ ଗାନ୍ଧିଙ୍କ ନାଗରିକତା ପ୍ରସଙ୍ଗରେ ବ୍ରିଟେନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ବ୍ରିଟେନ ସରକାର ନାଗରିକତା ପ୍ରସଙ୍ଗରେ କିଛି ତଥ୍ୟକୁ ନିଶ୍ଚିତ କରିଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସବୁ ତଥ୍ୟ ସାର୍ବଜନୀନ କରି ନଥିଲେ।

ବ୍ରିଟେନ ସରକାର ଯାହା ବି ତଥ୍ୟ ଦେଇଥିଲେ, ସେଥିରୁ ରାହୁଲ ଗାନ୍ଧି ବ୍ରିଟିଶ ନାଗରିକତା ରଖିଥିବା ପ୍ରମାଣିତ ହୋଇଛି। ଏକଥା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।

ad-week
Leave A Reply

Your email address will not be published.