ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ଅବସ୍ଥାପିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସଂଯୋଜକ ଡଃ ସୁକାନ୍ତ କୁମାର ବେହେରା, ଜିଲ୍ଲା ସଂଯୋଜକ ଡଃ ଅଭୀପ୍ସା ବଳ, ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ଷ୍ଟେଟ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ । ସେ ଭାରତୀୟ ସମ୍ବିଧାନ ଦିବସ ବିଷୟରେ ବକ୍ତବ୍ୟ ରଖିବା ସହିତ ସାଇବର ସିକୁରିଟି ବିଷୟରେ ଆଲୋକ ପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହୃଦ ରଞ୍ଜନ ସାହୁ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ତିନି ଦିନ ବ୍ୟାପୀ ଚାଲୁରହିଥିବା ଶିବିରରେ ଶିବିରାର୍ଥୀ ମାନଙ୍କୁ ରିସୋର୍ସ ପର୍ଶନ ମାନଙ୍କ ଦ୍ବାରା ବିଭିନ୍ନ ବିଷୟରେ ଯଥା ଯୁବ ରେଡକ୍ରସର ଇତିହାସ, ମୌଳିକ ନିୟମ, ରକ୍ତ ଦାନ ସମ୍ପର୍କିତ ସଚେତନା, ଯୋଗ, ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ, ସମାଜସେବା ମାଧ୍ଯମରେ ବ୍ୟକ୍ତିତ୍ବର ବିକାଶ, ଜଳବାୟୁ ପରିବର୍ତ୍ତନ ଓ ମହିଳା ସଶକ୍ତିକରଣ, ବିପର୍ଯୟ ପରିଚାଳନା ଓ ସାଇବର ସୁରକ୍ଷା ତାଲିମ ପ୍ରଧାନ କରଯାଇଥିଲା । ଶିବିରାର୍ଥୀ ମାନେ ଏକ ଶୋଭାଯାତ୍ରାରେ ଯାଇ ଗ୍ରାମ ପରିକ୍ରମା କରି ସ୍ଲୋଗାନ ମାଧ୍ୟମରେ ଗ୍ରାମବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରିଥିଲେ । ନିକଟସ୍ଥ ମନ୍ଦିର, ବସ ରହଣି ସ୍ଥଳ, ବିଦ୍ୟାଳୟ ପରିସରରେ ଶ୍ରମଦାନ କରି ପରିଷ୍କାର କରିବା ସହିତ ଏକ ସୁସ୍ଥ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନର ବାର୍ତ୍ତା ଦେଇଥିଲେ । ଶିବିର ପରିଦର୍ଶନରେ ଆସିଥିବା ପଦସ୍ତ ଅଧିକାରୀଙ୍କ ମଧ୍ୟରେ ଥିଲେ ଜିଲ୍ଲା ଯୁବ ରେଡ କ୍ରୋସ ଚେୟାରମେନ ଡଃ ସୁବାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଂଯୋଜକ ଡଃ ବିଭୁତି ଭୂଷଣ ଆଚାର୍ଯ୍ଯ , ଡଃ ଅଭୀପ୍ସା ବଳ, ପୂର୍ବତନ ସଂଯୋଜକ ଡଃ ସୁକାନ୍ତ କୁମାର ବେହେରା, ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଲାଇନପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯକ୍ଷ ଡଃ ତ୍ରୈଲକ୍ୟ ସେନାପତି, ଡଃ ନଳୀନୀ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ,ନାୟବ ସରପଞ୍ଚ ଶ୍ରୀ ମାଲେସ୍ବର କହଁର, ମୋ ସ୍କୁଲ ଅଭିଯାନ ସଭାପତି ବିଷ୍ଣୁ ଚରଣ ଦିଗାଲ , ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ ରଞ୍ଜନ ସାହୁ । ଡେପୁଟି ଜେନେରାଲ ମ୍ୟାନେଜର (ଏସ . ବି. ଆଇ ) ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ । ଶିବିରାର୍ଥୀ ମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, କୁଇଜ, ସ୍ଲୋଗାନ ଲିଖନ ଆଦି ପ୍ରତିଯୋଗୀତା ଆୟୋଜନ କରଯାଇଥିଲା । ପ୍ରତିଯୋଗୀତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଶିବିରରେ ଯୋଗ ଦେଇଥିବା ସମସ୍ତ ଶିବିରାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରତିନିଧିତ୍ଵ କରିଥିବା କାଉନସିଲରଙ୍କୁ ପ୍ରମାଣପତ୍ର ଓ ମାନପତ୍ର ପ୍ରଦାନ କରଯାଇଥିଲା । ଏଥିରେ ୧୦୦ ରୁ ଉର୍ଦ୍ଧ୍ଵ ଶିବିରାର୍ଥୀ ଓ ଅତିଥି ଯୋଗ ଦେଇଥିଲେ । ଏହି ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ବରିଷ୍ଠ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଯୁବ ରେଡ଼କ୍ରସ ସଂଯୋଜକ ଶ୍ରୀ ଶିବରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଶ୍ରୀଯୁକ୍ତ ସାହୁଙ୍କ ଦ୍ବାରା ଯୁବ ରେଡ଼ କ୍ରସ ପତାକା ଅବତରଣ କରାଯାଇ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପ୍ରଦାନ କରଯାଇଥିଲା l ସେ ଜିଲ୍ଲା ସଂଯୋଜକ ଡଃ ଅଭୀପ୍ସା ବଳଙ୍କୁ ଅର୍ପଣ କରିଥିଲେ ।
