ଏଏମସିଏସ କଲେଜରେ ସମ୍ବିଧାନ ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ, ଏମ,ସି, ଏସ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ତର୍କ, ପ୍ରବନ୍ଧ,କୁଇଜ୍,ଲଙ୍ଗୋଲି ,ସେମିନାର ଓ ରାଲି କରି ଜନ ସଚେତନତା କରିଥିଲେ ମୁଖ୍ୟବକ୍ତା ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୀ,ଜି, ଏମ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଶାନ୍ତନୁ କୁମାର ମହାନ୍ତି ଯୋଗଦେଇ ଥିଲେ ।ରାଜନିତି ବିଭଗୀୟ ମୁଖ୍ୟ ଶ୍ରୀ ବନମାଳୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ବ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପାତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା,ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ,ଅଧ୍ୟାପକ ସୁମନ୍ତ ସାହୁ ,ସୁଶାନ୍ତ ଭୋଳ,କେ,ସୋନାରାଓ,ପ୍ରୋଗ୍ରାମ ଅଫିସର ଜ୍ଞାନ ରଞ୍ଜନ ଭୋଇ, ରତନ ଦିଗାଲ,ଚମ୍ପା ସୋରେନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଅଧ୍ୟାପିକା ସଂଘମିତ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.