ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫…

add-all


ବ୍ରହ୍ମପୁର ୨୭.୧୧.୨୦୨୪: ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ସୁବ୍ରତ ରାମ ବିରାମ ଶତପଥିଙ୍କ ସହିତ ଏକ ସ୍ବତନ୍ତ୍ର ଟେକ୍ନିକାଲ ଟିମ୍ ମହାବିଦ୍ୟାଳୟକୁ ଯାଇ ଭୋଟର ହେଲ୍ପ ଲାଇନ୍ ଆପ ଦ୍ଵାରା କିପରି ତାଙ୍କର ନାମ ପଞ୍ଜିକରଣ କରିପାରିବେ ତାହା ଉପରେ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରୀ ଯୋଗ ଦେଇ ଭୋଟର ଆପ ଦ୍ଵାରା ପଞ୍ଜିକରଣ କରିଥିଲେ l ଏହି ପଞ୍ଜିକରଣ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ନିବେଦିତା ମହାପାତ୍ର ଓ ଅଧ୍ୟାପକ ମାନେ ଯୋଗ ଦେଇଥିଲେ

ad-week
Leave A Reply

Your email address will not be published.