ଦୀର୍ଘସ୍ଥାୟୀ ଔଷଧ ଓ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲାପାଳଙ୍କ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇଙ୍କ ଅଧ୍ଯକ୍ଷତାରେ ବାତଜ୍ବର ସାର୍ବଜନୀନ ଔଷଧ ସେବନ କାନ୍ଥ କାର୍ଯ୍ୟକ୍ରମ ଓ ଦୀର୍ଘସ୍ଥାୟୀ ଔଷଧ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି I ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପାଢୀ ଭେକଟର ବାହିତ ରୋଗ ଓ ଫାଇଲେରିଆ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ I ଜିଲ୍ଲା ମ୍ୟାଲେରିଆ ଅଲ୍‌କାରୀ ଡ଼ା. ଅରବିନ୍ଦ ଦାସ ବୈଠକର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ରେ ଆଲୋକପାତ କରିଥିଲେ। ଜୋନାଲ କୋଅର୍ଡିନେଟର ଡବ୍ଲ୍ୟୁ ଏଚ ଓ ଡ଼ା ଶ୍ୟାମ ବନ୍ଧୁ ରଥ ପାୱାର ପଏଣ୍ଟ ମାଧ୍ଯମରେ ଏମ. ଡି. ଏ । ବିଷୟରେ ସମ୍ପୂର୍ଣ ଆଲୋକପାତ କରିଥିଲେ I ଜିଲ୍ଲା ଭେକଟର ରୋଗ ପରାମର୍ଶଦାତା କୁମୁଦ କୁମାର ସାହୁ । ପଏଣ୍ଟ ମାଧ୍ଯମ ମାଧ୍ଯମରେ ଏମ ଡି ଏ ଓ ଏଲ ଏଲ ଆଇ । ଏମ କାର୍ଯ୍ୟ ପ୍ରଣାଳୀ ଓ ଗାଁ ର ଶେଷ ଲୋକ ପର୍ଯ୍ୟନ୍ତ ସେବା କିଭଳି ଭାବେ ପହଂଚିପାରିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ I ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ । ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦି, ଉପ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତ୍ତରଞ୍ଜନ ମହାନ୍ତ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦେବଜାନୀ ଭୂୟାଁ, ଜିଲ୍ଲା ସାଂସ୍କୃତିକ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ସଂଯୋଜ, ପ୍ରତ୍ୟେକ ବ୍ଲକର ସ୍ବାସ୍ଥ୍ୟ ଅଧିକାରୀ, ବିଭିନ୍ନ ବିଭାଗର ମୁଖ୍ୟ ଓ ପି ସି ଆଇ ଜିଲ୍ଲା ସଂଯୋଜକ, ସ୍ବାତୀ, ଜାଗୃତି, ପ୍ରଦତା,ସେବା ଭାରତୀର ଅଧିକାରୀଙ୍କ ବ୍ୟତୀତ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଓ ଶ୍ରୀ ରାଜୀବ ଲୋଚନ ଜେନା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.