
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ର ଫିଟର ଟ୍ରେଡ଼ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ କ୍ଳାସ ସାରି ହଷ୍ଟେଲ କୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଏକ ଅଟୋ ଦ୍ରୁତଗତିରେ ଆସି ତାଙ୍କ ପାଦ ଉପରକୁ ମାଡି ଯାଇଥିଲା।ଫଳରେ ଝିଅଟିର ପାଦଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଗୁରୁତର ଭାବେ ଆହତ ହୋଇ ଏମକେସିଜି ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ସମୟରେଅଟୋ ଗାଡି ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ।, ମେଡ଼ିକାଲ ଠାରେ ଉପସ୍ଥିତ ଥିବା ତିନି ଜଣ ସାମ୍ବାଦିକ ତଥା ଏସ. ୟୁ. ଜେ ଗଞ୍ଜାମ ଜିଲ୍ଲା ସଭାପତି ବିଶ୍ୱନାଥ ମାରଣା, ଏସ ୟୁ ଜେ ର ଦୁଇ ସଦସ୍ୟ ଆଲୋକ ବେହେରା ଏବଂ କପିଳ ପାଢ଼ୀ ଉକ୍ତ ଛାତ୍ରୀଙ୍କୁ ଅଟୋରୁ ଷ୍ଟ୍ରେଚରକୁ ଆଣି ଚିକିତ୍ସା ପାଇଁ କାଜୁଆଲଟିରେ ଭର୍ତି କରିଥିଲେ। ସାଥିରେ ଥିବା ତିନି ଜଣ ଛାତ୍ରୀ ଗୁରୁତର ଛାତ୍ରୀଙ୍କ ଅବସ୍ଥା ଦେଖି ହୋତାତ୍ସତ ହୋଇ ପଡ଼ିଥିଲେ. ଏହି ସମୟରେ ତିନି ଜଣ ସାମ୍ବାଦିକ ସାହାସିକତାର ସହ ସହଯୋଗର ହାତ ବଢ଼ାଇଥିଲେ. କାଜୁଆଲଟିରେ କୌଣସି କର୍ମଚାରୀଙ୍କ ଦେଖା ମିଳିନଥିବା ବେଳେ ପ୍ରଥମେ କପିଳ କାଜୁଆଲଟିରୁ ବାହାରକୁ ଷ୍ଟ୍ରେଚର ଆଣିଥିଲେ. ପରେ ତିନି ସାମ୍ବାଦିକ ଗୁରୁତର ଛାତ୍ରୀଙ୍କୁ ଅଟୋରୁ ଷ୍ଟ୍ରଚରକୁ ଓଲ୍ହାଇ ଜରୁରୀ କାଳୀନ ଚିକିତ୍ସା ଓଟିକୁ ନେଇଥିଲେ. ଏସ ୟୁ ଜେ ତିନି ସାମ୍ବାଦିକଙ୍କ ଏଭଳି ସେବାକୁ ସମସ୍ଥେ ତାରିଫ କରିଛନ୍ତି.