
ଉମରକୋଟ / ଝରୀଗାଁ ( ୨୮/୧୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଏମ,ଏଲ, ଏ, ଶ୍ରୀ ନରସିଂ ଭତ୍ରା ଲବ କୁମାର ଦତ୍ତ, ପିତା ଲକ୍ଷ୍ମନ ଦତ୍ତ, ଗ୍ରାମ ଇଉ ଭି ୫୪ ଇନ୍ଦ୍ରପୁର ର ଏହି ଯୁବ ଟାଣୁୟା କର୍ମଠ ଓ ନିଷ୍ଠାପର ଭାବରେ ଦୀର୍ଘ ବର୍ଷ ଧରି ବିଜେପିରେ କାମ କରି ଆସୁଛି।ତାଙ୍କର ଏହି ନିଷ୍ଠାପର କାର୍ଯ୍ୟରେ ମନୋମୁଗ୍ଧ ହୋଇ ଝରୀଗାଁ ଏମଏଲଏ ଶ୍ରୀ ନରସିଂ ଭତ୍ରା ବିଧାୟକ ପ୍ରତିନିଧି ସ୍ୱରୂପ ଲବ କୁମାର ଦତ୍ତକୁ ତାଙ୍କର ଅବର୍ତ୍ତମାନରେ ସିଏଚସି ପୂଜାରୀଗୁଡା, ଉମରକୋଟର ସମସ୍ତ ଭଲ ମନ୍ଦ କାର୍ଯ୍ୟ ଦେଖ ରେଖ କରିବା ପାଇଁ ଚୟନ କରି ନିର୍ବାଚନ କରିଛନ୍ତି। ନିର୍ବାଚନ ପ୍ରତିଲିପି ନମ୍ବର ୭୪/୨୧୨୪ ତାରିଖ ୨୭/୧୧/୨୦୨୪।ସବୁବେଳେ ବ୍ୟସ୍ତତା ଭିତରେ ବିଧାୟକ ମାନେ ଥିବାରୁ ଠିକ ସମୟରେ ସବୁ ସ୍ଥାନରେ ପହଁଞ୍ଚି ପାରନ୍ତି ନାହିଁ ତାର ପାଇଁ ପ୍ରତିନିଧି ସ୍ୱରୂପ କାର୍ଯ୍ୟ କରିବେ। ଲବ କୁମାର ଦତ୍ତ, ସିଏଚସି ପୂଜାରୀଗୁଡା, (ଉମରକୋଟ) ଝରୀଗାଁ ମଣ୍ଡଳୀର ବିଧାୟକର ପ୍ରତିନିଧି ପଦେ ନିର୍ବାଚନ ହୋଇ,ବିଜେପି ପାଇଁ ନିଷ୍ଠାପର ଭାବରେ ସବୁବେଳେ କାର୍ଯ୍ୟ କରୁଛନ୍ତି ଏବଂ କରିବେ କହି ସପତ ନେଲେ।କୌଣସି ବ୍ୟକ୍ତି ଅସୁଭିଧାର ସନ୍ମଖିନ ହେଲେ ନବ ନିର୍ବାଚିତ ପ୍ରତିନିଧି ୮୬୫୮୬୫୫୪୩୮ ରେ ଯୋଗାଯୋଗ କରିବା ପାଇଁ ଏହି ନମ୍ବର ଜାରି କରିଛନ୍ତି। ବିଧାୟକ ପ୍ରତିନିଧି ନିର୍ବାଚନ ସମାରୋହରେ ବେହେଡ଼ା ମଣ୍ଡଳ ସଭାପତି ଉତ୍ତମ ହରିଜନ, ଭାମିନି ଗ୍ରାମ ପଞ୍ଚାୟତ ସଭାପତି ବଳରାମ ଗଣ୍ଡ, ଏସ,ସି ମର୍ଚ୍ଚା ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁଜନ ବାବୁ, ସହ ଶ୍ୟାମଳ ବାବୁ, କାଲା ବାବୁ, ପବିତ୍ର ବାବୁ, ସୁବ୍ରତ ପାଣ୍ଡେ, ଦେବବ୍ରତ ମଣ୍ଡଳ ସହ ବିଜେପି ର ପ୍ରମୁଖ ଉଦୀୟମାନ ଟାଣୁୟା ନିଷ୍ଠାପର କର୍ମୀମାନେ ଏହି ପ୍ରତିନିଧି ଚୟନ ଓ ନିର୍ବାଚନ ସମାରୋହରେ ଉପସ୍ଥିତ ଥିଲେ।