ବଦଳିଲା ସରକାର ବଦଳୁନି ବ୍ୟବସ୍ଥା : ବିଜେଡ଼ି ର ସମାନ ଇକୋ ସିଷ୍ଟମ ରେ ଚାଲିଛି ବିଜେପି ସରକାର..!

ପୁରୁଣା ବୋତଲ ରେ ନୂଆ ମଦ…!!

youtube


ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ସରକାର ସମୟ ରେ ଚାଲିଥିବା ଶାସନ ଢାଞ୍ଚାରେ ଏବି ବି ବିଜେପି ଫୋଲୋ କରୁଛି। ଏବେ ବି ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ରେ ଚୋରା ମଦ ଓ ଚୋରା ବାଲି କାରବାର ସୁରୁଖୁରୁରେ ଚାଲିଛି। ଗଞ୍ଜାମ ଜିଲ୍ଲାକୁ ଯେଉଁ ଅଦୃଶ୍ୟ ଶକ୍ତି ମଦ ବାଲି ମାଫିଆଙ୍କ ପାଇଁ କାର୍ଯ୍ୟ କରୁଛି ସେ ପଛରେ କେଉଁ ମନ୍ତ୍ରୀଙ୍କ ପ୍ରଚ୍ଛଦ ହାତ ଅଛି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନର ନୂଆ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ଭାଇ ମାନେ ମୁଣ୍ଡ ପୋତି ଶାସକ ଦଳର “ହାଁଜି ହୁକୁମ କରୋଜି ” ନୀତିରେ ବୋଲ ମାନି ଚଳିବ ଆରମ୍ଭ କରିଥିବା ଏବେ ଆଲୋଚନା ହେଉଛି। ପୁରୁଣା ବୋତଲ ନୂଆ ମଦ ଭଳି ଜିଲ୍ଲାରେ ଏବେ ମଦ, ବାଲି, ଓ ଜମି ମାଫିଆ ମାନଙ୍କ ବ୍ୟବସାୟ ସୁରୁଖୁରୁରେ ଚାଲିଛି। ନୂଆ ସରକାର ହେବାର ପ୍ରାୟ ଛ ମାସ ହେଲାଣି ସରକାର ଗଠନ ପରେ ଯେଉଁ ବଜେଟ ପ୍ରସ୍ତୁତ ହୋଇ ଅର୍ଥ ଆସିଛି ସେଥିରେ କେବଳ ସୁଭଦ୍ରା ଯୋଜନା ହିଁ ହୋଇଥିବା କଥା ଲୋକେ କହିଲେଣି।ରଙ୍ଗ ବଦେଇଳେ ଇବା ନାଁ ବଦେଳେଇବା ରେ କେନ୍ଦ୍ର ଓ ରାଜ୍ୟ ସରକାର ସୀମିତ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଲାଣି। ଅଧିକାଂଶ ନିର୍ବାଚିତ ପ୍ରତିନିଧି ମାନେ ସେମାନଙ୍କ ଆଗାମୀ ପିଢ଼ି ପାଇଁ କ୍ଷେତ୍ର ପ୍ରସ୍ତୁତ ଓ ଅର୍ଥ ଯୋଗାଡ଼ ରେ ବ୍ୟସ୍ତ ଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବହୁ ନିର୍ବାଚନ ମଣ୍ଡଳୀ ରେ ପ୍ରତେକ ଅଫିସ ଠାରୁ ଆରମ୍ଭ କରି ବାଲି ମଦ ମାଫିଆ ମାନଙ୍କ ଠାରୁ ବଟି ଫିକ୍ସିଂଙ୍ଗ ହେଇଯାଇଥିବାର ନଜିର ରହିଛି। ଦଳ ସହ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କ ଭୂତ ରେସନ କାର୍ଡ ଭତ୍ତା କାଟିବା ରେ ବ୍ୟସ୍ତ ଥିବା ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳର କୁଜି ନେତା ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କ ଇସାରାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ଛ ମାସ ହେଲା ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଫଳରେ ଡ଼ବଲ ଇଞ୍ଜିନ ସରକାର ସାଧାରଣ ଜନତାଙ୍କୁ ଡ଼ବଲ ଝଟକା ଦେବା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡକିଲେଣିନି। କେନ୍ଦ୍ର ଓ ରାଜ୍ୟର ଦୁଇ “ମୋ” ମିଶି ରାଜ୍ୟକୁ ବୁଡ଼େଇ ଦେଲେଣି ବୋଲି ଚାରିଆଡ଼େ ଏବେ ଚର୍ଚ୍ଚା ହେଉଛି। ରଙ୍ଗ ବଦଳା ଏବଂ ଯୋଜନା ମାନଙ୍କ ନାମ ପରିବର୍ତ୍ତନ ରେ ସରକାର ବ୍ୟସ୍ତ ଲୋକଙ୍କ ସମସ୍ୟା ବୁଝିବାକୁ ସମୟ ହିଁ ନାହିଁ l ଏବେ ଠାରୁ ପ୍ରଶାସନ ଅଧିକାରୀ ମାନଙ୍କ ଜରିଆରେ ବାଲି, ମଦ, ଖଣି, ଓ ଜମି ମାଫିଆ ମାନଙ୍କ ତାଲିକା ପ୍ରସ୍ତୁତ କରି ବଟି ସଂଗ୍ରହ ରେ ଲାଗିଛନ୍ତି ଯେମିତି ଔଷଧ ବିକଳ ରେ ତାଟିଆ କାମୁଡ଼ିବି ନ୍ୟାୟ ବୋଲି ଚାହା ଖଟି ମାନଙ୍କ ରେ ଚର୍ଚ୍ଚା ହେଉଛି l ବିଜେପି ସରକାର ଆସିବା ଦିନ ଠାରୁ ଅଫିସର ମାନେ କୋମା ରେ ଅଛନ୍ତି କହିଲେ କିଛି ବି ଭୁଲ ହେବ ନାହିଁ l ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ମଧ୍ୟ ଧର୍ମକୁ ଆଖି ଠାର ବୋଲିବି ଚର୍ଚ୍ଚା l ପୁରୁଣା ବୋତଲ ରେ ନୁଆଁ ମଦ ପରି ବ୍ୟବସ୍ଥା ଦେଖିବାକୁ ମିଳୁଛି l

Leave A Reply

Your email address will not be published.