ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ

add-all

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ରୁଟ ନେଇ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ବଳବତ୍ତର ରହିବ ।  ସେହିପରି ଏହି ସବୁ ରାସ୍ତାମାନଙ୍କରେ ମୋ ବସକୁ ସଂପୂର୍ଣ୍ଣ ମନା କରାଯାଇଛି ।

ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ ନଂ ମୋ ବସ ଚଳାଚଳ ଏହି ସମୟରେ ପ୍ରଭାବିତ ହେବ । ଏନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ଯେଉଁ ରୁଟରେ ରହିଛି, ସେଠାରେ କଟକଣା ଜାରି ରହିବ।

ad-week
Leave A Reply

Your email address will not be published.