ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ

add-all

ଫୁଲବାଣୀ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଶ୍ରୀ ଅବନିକାନ୍ତ ସାହୁ ଏବଂ ଦୁଇ ଜଣ ସଭ୍ୟ ଶ୍ରୀ ଦୟାନିଧି ଦାଶ ଓ ଶ୍ରୀ ଅକ୍ଷୟ କୁମାର ବେହେରା ଖାଦ୍ୟ ସୁରକ୍ଷା ସହ ଜଡିତ ଥିବା ବିଭାଗ ଗୁଡିକର ମୁଖ୍ୟ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ପରିଷଦ କନ୍ଧମାଳ ଉପସ୍ଥିତ ଥିଲେ । କମିଶନର ଅଧ୍ୟକ୍ଷ ଏବଂ ଅନ୍ୟ ସଭ୍ୟମାନେ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ସମୟରେ ଦେଖିଥିବା ଅଙ୍ଗନବାଡି କେନ୍ଦ୍ର, ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରାବାସ, ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର, ମଧ୍ୟାହ୍ନ ଭୋଜନ ବଣ୍ଟନ କେନ୍ଦ୍ର ଏବଂ ସ୍ଵାସ୍ଥ୍ୟ କେନ୍ଦ୍ରର ପୁଷ୍ଟି ପୁନର୍ବାସ କେନ୍ଦ୍ର ଆଦି ଗୁଡିକର ପରିଚାଳନା ସମ୍ପର୍କରେ ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ପର୍କରେ ସ୍ଲାଇଡ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ଗୃହକୁ ଅବଗତ କରାଇଥିଲେ । ପରେ ପରେ ଉପସ୍ଥିତ ଥିବା ସମସ୍ତ ବିଭାଗର ଅଧିକାରୀମାନେ ଜିଲ୍ଲାରେ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଚାଲୁଥିବା ବିଭିନ୍ନ ବିଭାଗର କେତେକ କାର୍ଯ୍ୟ ଉପରେ ଖାଦ୍ୟ ସୁରକ୍ଷା ନିୟୋଗର ଅଧ୍ୟକ୍ଷଙ୍କୁ ଅବଗତ କରାଇବା ପରେ ସମସ୍ତ ସଭ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର କେନ୍ଦ୍ର ଗୁଡିକରେ ସୁଧାର ଆଣିବାକୁ ମାନ୍ୟବର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନଙ୍କର ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗର ଅଧିକାରୀ ପ୍ରତିଶ୍ରୁତି ଦେଲେ। ଶେଷରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ସଭାରେ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

ad-week
Leave A Reply

Your email address will not be published.