ଓଡ଼ଗାଁ ବ୍ଲକର ଗୋଡ଼ିପଡା ସ୍ୱାସ୍ଥ୍ୟ କେନ୍ଦ୍ରର ବିକଟଳ ଚିତ୍ର :ଭଗବାନ ଭରସାରେ ୨୦ ଖଣ୍ଡ ଗ୍ରାମ ବାସୀ…
ଏକ ମାତ୍ର ବିକଳ୍ପ ଫାର୍ମାସିଷ୍ଟ…..!


ନୟାଗଡ /ଭୁବନେଶ୍ୱର : ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡା ସ୍ୱାସ୍ଥ୍ୟ କେନ୍ଦ୍ର ଭଗବାନ ଭରସା ରେ ଚାଲୁଛି।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୨୦ ଖଣ୍ଡ ଗ୍ରାମବାସୀ ର ଲୋକେ ନିର୍ଭର କରନ୍ତି। ରୋଗୀଙ୍କ ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଶାପ କହିଲେ କିଛିବି ଭୁଲ ହେବନାହିଁ।ଦୀର୍ଘ ଦିନ ହେଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ଜଣେ ପିଅନ କୁ ନେଇ ଚାଲୁଛି। ଏଠାକାର କାର୍ଯ୍ୟରତ ଡାକ୍ତର ବାବୁ ନିଜ ମର୍ଜି ହେଲେ କୁଆଡ଼େ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତି। ଫାର୍ମାସିଷ୍ଟ ନିଜର କର୍ତ୍ତବ୍ୟ ପାଳନ କରି ରୋଗୀ ସେବାରେ ଘଣ୍ଟା ଘଣ୍ଟା ସମୟ ରହୁଥିବା ସେଠାକାର ଲୋକେ କୁହନ୍ତି। ଫାର୍ମାସିଷ୍ଟଙ୍କ କିଛି ଦିନ ପରେ ଅବସର ହେବାର ସମୟ ବି ଆସିଯାଇଛି। ଫାର୍ମାସିଷ୍ଟଙ୍କ ଅବସର ପରେ ରୋଗୀ ମାନଙ୍କୁ କେବଳ ଭଗବାନ ଭରସା ରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ପଡ଼ିବ। ପରିସ୍ଥିତି କୁ ଦେଖି ଏଠାକାର ପିଅନ ମଧ୍ୟ ଇଞ୍ଜେକ୍ସନ ଠାରୁ ସାଲାଇନ ଦେବାରେ ପାରାଙ୍ଗମ। ନିୟମିତ ଡାକ୍ତର ନ ଆସିବା ଯୋଗୁଁ ଲୋକେ ବହୁତ ଅସୁବିଧା ଭୋଗୁଛନ୍ତି ଦୈନିକ ସହ ସହ ରୋଗୀ ଏହି ଡାକ୍ତର ଖାନା ଉପରେ ନିର୍ଭର କରନ୍ତି। ୨୪ ଘଣ୍ଟା ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀଙ୍କ ଭିଡ଼ ଜମି ରହୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ନୂତନ କୋଠା ନିର୍ମାଣ ହୋଇଛି, କିନ୍ତୁ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରୁନି ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉକ୍ତ କୋଠା ଉଦଘାଟନ ହୋଇ ପାରୁନାହିଁ ବୋଲି ଚର୍ଚ୍ଚା ହେଉଛି l ନୟାଗଡ଼ ଜିଲ୍ଲା ସବୁବେଳେ ରାଜନୈତିକ କ୍ଷେତ୍ରରେ ଚର୍ଚ୍ଚା ରେ ରହିଆସିଛି।ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଉପରେ ସ୍ଥାନୀୟ ବିଧାୟକ ଠାରୁ ବିଭାଗୀୟ ମନ୍ତ୍ରୀ ସବୁ ଜାଣି ନିରବ ରହିବା ଏବେ ଲୋକଙ୍କ ପାଇଁ ଅଭିଶାପ ସଦୃଶ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ସୂଚନା ଥାଉକି ବର୍ତ୍ତମାନ ର ସରକାର ଙ୍କ ବିଧାୟକ ତଥା ବାଚସ୍ପତି ଏହି ଅଞ୍ଚଳର ମାସକୁ ପ୍ରାୟ ବାଚସ୍ପତି ସୁରମା ପାଢ଼ୀ ଏହି ଅଞ୍ଚଳ ତଥା ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି କିନ୍ତୁ ବୋଧେ ବିଧାୟିକା ଙ୍କ ଦୃଷ୍ଟି ଆଢୁଆଳ ରେ ରହି ଯାଉଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଲୋକଙ୍କ ସ୍ୱାସ୍ଥ୍ୟ କୁ ନେଇ ଡିମଡ଼ିମା ପିଟୁଥିବା ବିଜେପି ସରକାର ଙ୍କ ନଗ୍ନ ଦୃଶ୍ୟ ବାରି ହୋଇ ପଡୁଛି l ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ମାନେ ଆସିବାକୁ ଅମଙ୍ଗ ହେବା ସହ ନିଜ ମର୍ଜିରେ ଆସୁଥିବା ଯୋଗୁଁ ସହ ସହ ରୋଗୀ ଚିକିତ୍ସା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ। ଫାର୍ମାସିଷ୍ଟ ଓ ପିଅନ ଉପରେ ଏଠାକୁ ଆସୁଥିବା ରୋଗୀ ମାନେ ଭରସା କରି ଆସନ୍ତି। ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ନା ମିଳୁଛି ସେବା ନା ଡାକ୍ତରଙ୍କ ପରାମର୍ଶ ଏବେ ଏହି ଡାକ୍ତର ଖାନାକୁ ଆସିବା ପାଇଁ ରୋଗୀ ଭୟ କରିଲେଣି। ଆଉ ୭ ମାସ ପରେ ଏଠାରେ ଥିବା ଫାର୍ମାସିଷ୍ଟ ଅବସର ନେଲା ପରେ ଲୋକଙ୍କୁ ସେବା ଯୋଗାଇବ କିଏ..? ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶୀତ ତାପ ନିୟଂତ୍ରିତ କୋଠରୀ ରେ ମସଗୁଲ ଜିଲ୍ଲା ସ୍ୱାସ୍ଥ୍ୟ କଥା ବୁଝିବ କିଏ..? ଖୋଦ ବାଚସ୍ପତି ଙ୍କ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଦି ଏହି ଭଳି ତେବେ ଅନ୍ୟ କଥା ନକହିବା ଭଲ ବୋଲି ଚାହା ଖଟି ରେ ଚର୍ଚ୍ଚା l କେବଳ ଗୋଡିପଡା ନୁହଁ ଜିଲ୍ଲାର ଅନେକ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଅବସ୍ଥା l ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ମନ୍ତୀ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

ସେବାରେ ଲାଗୁନି ନୂତନ କୋଠା…