କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

add-all

ଫୁଲବାଣୀ : କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ। ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଦେଶୀ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳକୁ ଏହି ସଫଳତା ମିଳିଛି।
ଜି. ଉଦୟଗିରି ବନାଞ୍ଚଳର ପୁକୁଲିଙ୍ଗିଆ ଗାଁର ଭବାନୀ ଶଙ୍କର ପ୍ରଧାନ ଓ ପ୍ରମୋଦ ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଅଚାନକ ଚଢ଼ଉ କରି ପ୍ରଥମେ ଭାବନୀ ଶଙ୍କର ପ୍ରଧାନଙ୍କୁ କାବୁ କରିଥିଲା। ତାଙ୍କ ବୟାନ୍‌ ଆଧାରରେ ପ୍ରମୋଦଙ୍କୁ ବନ ବିଭାଗ ମାଡ଼ି ବସିଥିଲା। ସେମାନଙ୍କଠାରୁ କଲରାପତରିଆ ବାଘ ଛାଲ ସହ ଗୋଟିଏ ଦେଶୀ ବନ୍ଧୁକ, ଛୁରୀ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଡିଏଫ୍‌ଓ ପ୍ରଶାନ୍ତ ପଟେଲ କହିଛନ୍ତି।
ସୂଚନାରୁ ପ୍ରକାଶ, ଜି.ଉଦୟଗିରି ବନାଞ୍ଚଳରେ କଲରାପତରିଆ ବାଘଙ୍କ ପଦ ଚିହ୍ନ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ଏହା ସତ୍ତ୍ୱେ ଅସାମାଜିକ ଲୋକମାନେ ବାଘକୁ ଶିକାର କରୁଛନ୍ତି। ଆଉ ବାଘ ଛାଲକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ଏପରି ଅଭିଯୋଗ ବାରମ୍ୱାର ହେଉଥିଲା। ହେଲେ ପ୍ରମାଣ ଅଭାବରୁ ଶିକାରୀଙ୍କୁ କାବୁ କରିପାରୁନଥିଲା ବନ ବିଭାଗ। ତେବେ ଆଜି ବାଘ ଛାଲି ଡିଲ ବେଳେ ମାଡ଼ି ବସିଛି ବନ ବିଭାଗ।

ad-week
Leave A Reply

Your email address will not be published.