ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି

add-all

କୋଣାର୍କ : ରାତି ପାହିଲେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ସଜେଇ ହୋଇଛି ଚନ୍ଦ୍ରଭାଗା। ଚକାଚକ୍‌ ହୋଇଛି ରାସ୍ତା ଘାଟ। ଆଉ ବେଳାଭୂମିରେ ପ୍ରତିଯୋଗୀଙ୍କ ପାଇଁ ଗଦା ହୋଇଛି ବାଲି। ଚଳିତବର୍ଷ ୮ ଜଣ ବିଦେଶୀ ବାଲୁକା ଶିଳ୍ପୀ ସାମିଲ୍‌ ହେବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ ଉତ୍ସବ ମୁଖର ହୋଇଛି। ଦେଶ ବିଦେଶର ବାଲୁକା କଳା ଶିଳ୍ପୀମାନେ ଆସିଲେଣି। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ବିଦେଶୀ ଶିଳ୍ପୀମାନଙ୍କୁ ସ୍ୱାଗତ କରିଛନ୍ତି। ପର୍ଯ୍ୟଟନ ବିଭାଗର ଭବ୍ୟ ଆୟୋଜନ ଓ ଚନ୍ଦ୍ରଭାଗାର ବାଲୁକା ରାଶି ଦେଖି ଭାବବିହ୍ଵଳ ହୋଇଛନ୍ତି ଦେଶ ବିଦେଶର ବାଲୁକା ଶିଳ୍ପୀ।
ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବରେ ଆଠ ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ୧୨୯ ଜଣ ବାଲୁକା ଶିଳ୍ପୀଙ୍କ ଦ୍ଵାରା ୩୫ଟି ଷ୍ଟଲରେ ଭିନ୍ନ ଭିନ୍ନ ଚିତାକର୍ଷକ ବାଲୁକା କଳା ପ୍ରଦର୍ଶନ କରିବେ। ଚଳିତ ବର୍ଷ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବରେ ୟୁକେ, ଜର୍ମାନୀ, ସ୍ପେନ୍‌, ମେକ୍ସିକୋ, ଶ୍ରୀଲଙ୍କା ଓ ଜାପାନ ଭଳି ଆଠଟି ଦେଶରୁ ଆଠ ଜଣ ବିଦେଶୀ ଶିଳ୍ପୀ ଚନ୍ଦ୍ରଭାଗାରରେ ପହଞ୍ଚିଛନ୍ତି। ଏହି ବାଲୁକା କଳା ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.